ବିଷମକଟକ/ ରବିନ୍ଦ୍ର କୁମାର ସାହୁ: ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ପାଇକ ଡାକୁଲୁଗୁଡାଠାରେ ରହିଥିବା ବୈଦୁର୍ଯ୍ୟ (ରତ୍ନ ପଥର) ଖନନ ନିମନ୍ତେ ପ୍ରଶାସନ ତରଫରୁ ଆଜି ଜନଶୁଣାଣି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଖଣିକୁ ମେସର୍ସ ବଜରଙ୍ଗିଲାଲ ଗୁପ୍ତା ୫୦ ବର୍ଷ ପାଇଁ ଲିଜ୍ ପାଇଛନ୍ତି । ଏହି ଖଣି ଖନନ ନିମନ୍ତେ ଆଜି ପରିବେଶ ମଂଜୁରି ନିମନ୍ତେ ଜନ ଶୁଣାଣି ହୋଇଛି । ଏହି ଜନ ଶୁଣାଣି ପାଇକ ଡାକୁଲୁଗୁଡା, କନ୍ଧ ଡାକୁଲୁଗୁଡା ଏବଂ ବଡଲିମା ଅଂଚଳର ଲୋକଙ୍କୁ ନେଇ ହୋବାକୁ ଥିବାବେଳେ ଜନଶୁଣାଣିରେ ବହୁତ କମ୍ ଲୋକ ଆସିଥିଲେ। ଜନଶୁଣାଣିରେ ରାୟଗଡା ଅତିରିକ୍ତ ଜିଲ୍ଲାପାଳ ସମୋନାଥ ପ୍ରଧାନ ଏବଂ ଜିଲ୍ଲା ପ୍ରଦୁଷଣ ଅଧିକାରୀ ଅଶୋକ କୁମାର ଭୋଇ ମଞ୍ଚାସିନ ରହି ଜନ ଶୁଣାଣି କାର୍ୟ୍ୟକ୍ରମ କୁ ଆଗେଇ ନେଇଥିଲେ । ପ୍ରକାଶ ଥାଉକି ୨୦୧୯ ମସିହାରେ ପାଇକ ଡାକୁଲୁଗୁଡା ଅଞ୍ଚଳରେ ଏକ ବୈଦୁର୍ଯ୍ୟ ଖଣି ବିଜୟ ବଂଶଲ ଲିଜ୍ ପାଇଥିବା ବେଳେ ଆଜି ଅନ୍ୟ ଏକ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଅନ୍ୟପକ୍ଷେ ଏହି ତିନିଖଣ୍ଡ ଗ୍ରାମବାସୀମାନେ ପାଇକଡାକୁଲୁଗୁଡା ଗାଁ ମୁଣ୍ଡରେ ହାତରେ ପ୍ଲାକାର୍ଡ,ବେନେର୍ ଧରି ଖଣି ଖନନକୁ ବିରୋଧ ପ୍ରଦର୍ଶନ କରିଥିଲେ । ବିଷମକଟକ ଏସ୍.ଡି.ପି.ଓ ଆକାଶ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ୩ଜଣ ଆଇ.ଆଇ.ସିଙ୍କ ସମେତ ୪ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ହୋଇଥିଲେ । ଅପରପକ୍ଷେ ଏହି ଜନଶୁଣାଣିର ସମସ୍ତ ପକ୍ରିୟାର ଭିଡିଓ ଗ୍ରାଫି କରାଯାଇଛି ଏହା ରାଜ୍ୟ ସରକାର ଙ୍କ ନିକଟ କୁ ପଠାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏଥୁ ସହିତ ଲିଜ୍ ଧାରି ତରଫରୁ ଆଗାମି ଦିନରେ ଖଣି ଅଂଚଳରେ କଣ କଣ ଉନ୍ନୟନ ମୂଳକ କାର୍ୟ୍ୟ କରାଯିବ ତାର ତାଲିକା ଗଣମାଧ୍ୟମ ପ୍ରତିନିଧୁ ମାନଙ୍କୁ ପ୍ରଦାନ କରିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପାଇକ ଡାକୁଲୁଗୁଡା ଗ୍ରାମ ନିକଟରେ ଥିବା ୩୮.୩୧୬ ହେକ୍ଟର ପହାଡ ଜମିରେ ମୂଲ୍ୟବାନ ରନ୍ ପଥର ରହିଥିବା ବେଳେ ବାର୍ଷିକ ଉତ୍ପାଦନ କ୍ଷମତା ୪୦କେଜି ରହିଥିବାର ମଧ୍ୟ ସୂଚନା ଦିଆଯାଇଥିଲା । ପ୍ରସ୍ତାବିତ ପ୍ରକଳ୍ପ କାର୍ୟ୍ୟକାରୀ ହେଲେ ସ୍ଥାନୀୟ ଅଧିବାସୀଙ୍କୁ ପ୍ରତ୍ୟକ୍ଷ ତଥା ପେରାକ୍ଷ କର୍ମସଂସ୍ଥାନ ମିଳିବ, ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟ ସେବା, ପରିପାଶ୍ୱିର୍କ ଉନ୍ନତି, ରାସ୍ତା, ପାନୀୟ ଜଳ ଏବଂ ବିଜୁଳି ନିମନ୍ତେ ଲିଜ୍ ଧାରି ବର୍ଷକୁ ୨୮ଲକ୍ଷ ଟଙ୍କା ବ୍ୟୟ କରିବ ବୋଲି ସୂଚନା ଦିଆଯାଇଛି ।