ରାଜ୍ୟ ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଶାଖାର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର : ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ) ସୁବର୍ଣ୍ଣପୁର ଶାଖା ତଥା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର (JAS)ର ସାଧରଣ ପରିଷଦ ବୈଠକ ସୋନପୁରର   N. G. O. C .C ସଭା  ଗୃହରେ  ଆଜି ଅନୁଷ୍ଠିତ ହୋଇଛି।ଏଥିରେ ରାଜ୍ୟ  କାର୍ଯ୍ୟକାରୀ  ସଭାପତି  କିର୍ତ୍ତୀ  ଚନ୍ଦ୍ର  ସାହୁ ,  ରାଜ୍ୟ ସମ୍ପାଦକ  ମହେନ୍ଦ୍ର  କୁମାର  ଦର୍ଜି   ମୁଖ୍ୟ ଅତିଥି  ଭାବରେ  ଯୋଗଦେଇଥିଲେ   ।  ଏହି  ସାଧାରଣ  ପରିଷଦ ବୈଠକ ରେ କମିଟି ଚୟନ କରାଯାଇଛି। ଏଥିରେ  ଦ୍ୱତୀୟ    ଥର ପାଇଁ ଧୀରେନ୍ଦ୍ର ଦାନୀ ସଭାପତି  ନୂତନ  ଭବରେ ସହଦେବ  ମେହେରଙ୍କୁ ସାଧାରଣ ସମ୍ପାଦକ ଭାବେ ଚୟନ କରାଯାଇଛି। ସେହିପରି  ସହ  ସମ୍ପାଦକ  ଭାବରେ   ସରୋଜ  ପ୍ରକାଶ  ପ୍ରଧାନ ,ଉପ ସଭାପତି ଭାବେ ଭାସ୍କର  ବାବୁ ଶ୍ରଦ୍ଧାକର  ଦାଶ , ମୁରଲୀ  ସାହୁ ଙ୍କୁ  ମନୋନିତ  କରାଯାଉଥିଲା କୋଷାଧ୍ୟକ୍ଷ ଭାବେ ମନରଞ୍ଜନ  ପାଣିଗ୍ରାହୀ , ରାଜ୍ୟ  କାର୍ଯ୍ୟକାରିଣୀ  ସଦସ୍ୟ  ଭବରେ   ନବ  କିଶୋର  ମିଶ୍ର ଓ  କାର୍ଯ୍ୟ  ନିର୍ବାହୀ   ସଦସ୍ୟ  ଭାବରେ  ରଞ୍ଜନ  ହୋତା, କମଳ  ପରିଛା, ଶଶାଙ୍କ  ଶେଖର  ମିଶ୍ର, ମଣ୍ଟୁ  ମନ୍ତ୍ରା ମନୋନୀତ  ହୋଇଥିଲେ  ।ସାମ୍ବାଦିକ ସଂଘ ସମଗ୍ର ଓଡ଼ିଶାରେ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଲଢ଼ୁଥ‌ିବାବେଳେ ଏନେଇ ସରକାର ଏକ ସ୍ବତନ୍ତ୍ର ଆଇନ ଆଣିବାକୁ ଲଢ଼େଇ ଜାରି ରଖିଛି  ବୋଲି  ମତ  ପ୍ରକାଶ  ପାଇଥିଲା   ଏହି  ବୈଠକରେ  30 ଅଧିକ ସାମ୍ବାଦିକ  ଯୋଗଦେଇ ନିଜ ନିଜ ବତ୍ୟବ ପ୍ରଦାନ କରିଥିଲେ l