ନୂଆଦିଲ୍ଲୀ: ପରଲୋକରେ ପ୍ରଖ୍ୟାତ ଟିଭି ଅଙ୍କର ଗୀତାଞ୍ଜଳି ଆୟାର । ସେ ଥିଲେ ଜଣେ ଖ୍ୟାତନାମା ଟେଲିିଭିଜନ ଉପସ୍ଥାପିକା । ତା ସହିତ ସେ ଥିଲେ ପ୍ରଥମ ଇଂରାଜୀ ଖବର କାର୍ଯ୍ୟକ୍ରମର ଆଙ୍କର । ଗୀତାଞ୍ଜଳି ଆୟାରଙ୍କର ବୁଧବାର ଦିନ ପରଲୋକ ହୋଇଯାଛି । ସେ ଟିଭି ସାମ୍ବାଦିକତା କ୍ଷେତ୍ରରେ ଏକ ନୂଆ କୀର୍ତ୍ତିମନେ ସ୍ଥାପନ କରିଥିଲେ । ସେ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ୪ଥର ଶ୍ରେଷ୍ଠ ଖବର ଉପସ୍ଥାପିକା ପୁରସ୍କାର ହାସଲ କରିଛନ୍ତି । ତାଙ୍କର ବିୟୋଗରେ ସାମ୍ବାଦିକତା ଜଗତରେ ଶୋକର ଛାୟା ଖେଳିଯାଉଛି ।