ଭୁବନେଶ୍ବର ବିମାନ ବନ୍ଦରରୁ ୮ କୋଟି ଟଙ୍କାର ଗଞ୍ଜେଇ ଜବତ

ଭୁବନେଶ୍ଵର: ଭୁବନେଶ୍ବର ବିମାନ ବନ୍ଦରରୁ ୮ କୋଟି ଟଙ୍କାର ଗଞ୍ଜେଇ ଜବତ । ଥାଇଲାଣ୍ଡରୁ ଇଣ୍ଡିଗୋ ଫ୍ଲାଇଟ୍‌ରେ ଆସୁଥିବା ବେଳେ ଧରିଲା DRI । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୮ କୋଟି ଟଙ୍କା । ଘଟଣାରେ ଅହମ୍ମଦାବାଦର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି DRI । ସମସ୍ତ ଗଞ୍ଜେଇ ଥାଇଲାଣ୍ଡରୁ ଇଣ୍ଡିଗୋ ବିମାନରେ ଆସୁଥିଲା ବେଳେ ଜବତ ହୋଇଛି । ତେବେ ଏତେ ପରିମାଣର ଗଞ୍ଚେଇ ଥାଇଲାଣ୍ଡରୁ ଆସି କେଉଁଠିକୁ ଯାଇଥାଆନ୍ତା ତାର ଛାନଭିନ ଚାଲିଛି । କିଏ ଏହି ଗଞ୍ଜେଇ ଚାଲାଣର ମାଷ୍ଟର ମାଇଣ୍ଡ ତାର ଖୋଳତାଡ଼ ଆରମ୍ଭ ହୋଇଛି ।