ସ୍ୱାଧୀନତା ସଂଗ୍ରାମୀ ସମିତି ଓ ଗାନ୍ଧୀ ଶାନ୍ତି ପ୍ରତିଷ୍ଠା ଓଡ଼ିଶା ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅନୁଷ୍ଠିତ

( ମୃତ୍ୟୁଞ୍ଜୟ / ରିପୋର୍ଟସ ଟୁଡ଼େ ): ୧୫୦ ତମ ଗାନ୍ଧୀ ଜୟନ୍ତୀ ଅବସରରେ ଭୁବନେଶ୍ୱର ଇନଷ୍ଟିଚ୍ୟୁଟ ଅଫ ଇଂଜିନିୟର୍ସ କଲେଜରେ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ଓ ଗାନ୍ଧୀ ଶାନ୍ତି ପ୍ରତିଷ୍ଠା ଓଡ଼ିଶା ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମହାମହିମା ରାଜ୍ୟପାଳ ଗଣେଶି ଲାଲ , ଏକାମ୍ର ବିଧାୟକ ଅଶୋକ ପଣ୍ଡା, ମାନ୍ୟବର ସାଂସଦ ଭତ୍ତୃହରି ମହତାବ , ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ , ସୁଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ , ମାନ୍ୟବର ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ଗାନ୍ଧୀ ଜୟନ୍ତୀଙ୍କୁ ପାଳନ କରିଥିଲେ ।