ସମାଜ ସେବା ଗ୍ରୁପ ତରଫରୁ ରାସନ୍ ସାମଗ୍ରୀ ସହ ମାସ୍କ ଏବଂ ସାନିଟାଇଜର ବଣ୍ଟନ

(ଏସକେ ଫୈଜନ/ଭଣ୍ଡାରିପୋଖରି): ସମାଜ ସେବା ଗ୍ରୁପ ତରଫରୁ ଶୁଦେଶ୍ କୁମାର ପରିଡାଙ୍କ ନେତୃତ୍ୱରେ ଆଜି ରାସନ୍ ସାମଗ୍ରୀ ସହ ମାସ୍କ ଏବଂ ସାନିଟାଇଜର ବଣ୍ଟନ କରାଯାଇଛି । ଆଜି ସକାଳେ ଭଣ୍ଡାରିପୋଖରି ଅର୍ନ୍ତଗତ ବାରିକ ପୁର ନିକଟସ୍ଥ ଗୁଣୁପୁର ଗ୍ରାମରେ ରହୁଥିବା ଆଦିବାସୀ ସାହିରେ ରାସନ୍ ସାମଗ୍ରୀ ସହ ମାସ୍କ ଏବଂ ସାନିଟାଇଜର ବଣ୍ଟନ କରିବା ଦେଖିବାକୁ ମିଳିଛି । ସେ ସ୍ବାମୀ ବିବେକାନନ୍ଦ ମାର୍ଗ ଅନୁକରଣ କରି ମାନବ ସେବା ହିଁ ମାଧବ ସେବା ବୋଲି ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେହେତୁ ସେ ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ ତେଣୁ ଗରିବଙ୍କୁ ସେ ଭଲ ଭାବେ ଜାଣିଛନ୍ତି। ସେ ପ୍ରଥମେ ପ୍ରବାସୀ ଓଡ଼ିଆଙ୍କ ପାଖରେ ପହଞ୍ଚି ଶୁଖିଲା ଖାଦ୍ୟ ବଣ୍ଟନ କରୁଥିଲେ ଏବେ ବିଭିନ୍ନ ଆଦିବାସୀ ସାହିରେ ରାସନ୍ ସାମଗ୍ରୀ ବଣ୍ଟନ ସହ ମାସ୍କ ଏବଂ ସାନିଟାଇଜର ଦେବା ସହ କରୋନା ମହାମାରିରେ ଲୋକ ମାନଙ୍କୁ ସତର୍କ ବାର୍ତ୍ତା ପ୍ରଦାନ କରିଛନ୍ତି। ତାଙ୍କର ଏହି ସେବା କୁ ବିଭିନ୍ନ ବୁଦ୍ଧିଜୀବୀ ମହଲରେ ପ୍ରଶଂସାର ସୁଅ ଛୁଟିଛି । ଏହି ସେବାକୁ ସେ ଆଗକୁ ଜାରି ରଖିବେ ବୋଲି ମତ ପ୍ରକାଶ କରିଛନ୍ତି ।