ସ୍କୁଲ ପରିସରରେ ମିଳିବ ନାହିଁ ଜଙ୍କଫୁଡ୍

ନୁଅ।।ଦିଲ୍ଲୀ: ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଖରାପ ପ୍ରଭାବ ପକାଏ ଜଙ୍କଫୁଡ୍ । ଯାହା ଦ୍ୱାରା ନାନା ପ୍ରକାର ରୋଗ ଛାତ୍ରଛାତ୍ରୀଙ୍କୁ ହୋଇଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ସ୍କୁଲ୍ ପରିସରରେ ଜଙ୍କ୍ଫୁଡ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏଣିକି ସ୍କୁଲ୍ ଠାରୁ ୫୦ ମିଟର ଅବଧି ଭିତରେ କୌଣସି ପ୍ରକାର ଜଙ୍କଫୁଡ୍ ବିକ୍ରି ହୋଈପାରିବ ନାହିଁ କି କୌଣସି ଖାଦ୍ୟ ସମ୍ପର୍କିତ ବ୍ୟାନର ଲଗାଯାଇପାରିବ ନାହିଁ । ଏନେଇ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନବ ପ୍ରାଧିକରଣ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅରୁଣ ସିଘଂଲ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ଏଫଏସଏସଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ନିୟମ ଲାଗୁ ହେବା ଦ୍ୱାରା ଛାତ୍ରଛାତ୍ରୀଙ୍କ ପାଇଁ ସୁରକ୍ଷିତ ଭୋଜନ ଏବଂ ସନ୍ତୁଳିତ ଖାଦ୍ୟ ଉପଲବ୍ଧ ହୋଇପାରିବ । ଯେଉଁ ଖାଦ୍ୟରେ ଅôଦକ ମାତ୍ରାରେ ଫ୍ୟାଟ୍ , ସୁଗାର ରହୁଛି ସେପରି ଖାଦ୍ୟ ସ୍କୁଲ୍ ପରିସରରୁ ୫୦ ମିଟର ମଧ୍ୟରେ ବିକ୍ରି ହୋଇପାରିବ ନାହିଁ ।