ମାଲେସିଆ ମହିଳା ହକି ଦଳରେ ୪ ଓଡ଼ିଆ ଖେଳାଳି

(ରିପୋର୍ଟସ ଟୁଡ଼େ)ନୂଆଦିଲ୍ଲୀ : ଆସନ୍ତା ଏପ୍ରିଲ ୪ରୁ ୧୧ ତାରିଖ ପର୍ୟ୍ୟନ୍ତ ମାଲେସିଆରେ ମହିଳା ହକି ଦଳ ଅନୁଷ୍ଠିତ ହେବ । ଭାରତୀୟ ମହିଳା ହକି ଦଳ ସେଠାରେ ୫ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ । ଏଥିପାଇଁ ୧୮ ଜଣିଆ ଦଳ ଘୋଷଣା କରାଯାଇଛି । ଏହି ୧୮ ଜଣିଆ ଦଳରେ ଓଡ଼ିଶାର ୪ ଜଣ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଦୀପଗ୍ରେସ ଏକ୍କା, ଲିଲିମା ମିଞ୍ଜ, ସୁନୀତା ଲାକ୍ରା ଏବଂ ରସ୍ମିତା ମିଞ୍ଜ । ଦୀପଗ୍ରେସ ଦଳର ଉପଅଧିନାୟିକା ଅଛନ୍ତି । ନିୟମିତ ଅଧିନାୟିକା ରାଣୀ ଦଳରେ ନଥିବାରୁ ତାଙ୍କ ସ୍ଥାନରେ ଗୋଲରକ୍ଷିକା ସବିତା ଦଳର ନେତୃତ୍ୱ ନେବେ ।