ଶେଷଯାତ୍ରାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ପାର୍ଥିବ ଶରୀର

0

ନୂଆଦିଲ୍ଲୀ: ଶେଷ ଯାତ୍ରାରେ ମନମୋହନ ।  ଶେଷଯାତ୍ରାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ପାର୍ଥିବ ଶରୀର।  ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପାର୍ଥିବ ଶରୀରକୁ ନିଗମାବୋଧ ଘାଟ ଅଭିମୁଖେ ଅନ୍ତିମ ଯାତ୍ରାରେ ବାହାରିଛି । ଆଜି ପ୍ରଥମେ କଂଗ୍ରେସ ଭବନରେ ବନ୍ଧୁ ପରିଜନ ଏବଂ ବହୁ ନେତା, ମନ୍ତ୍ରୀ ମାନେ ଶେଷ ଦର୍ଶନ କରିଥିଲେ । ପରେ ଅନ୍ତିମ ସଂସ୍କାର ପାଇଁ ଡ. ମନମୋହନ ସିଂହଙ୍କୁ ନିଯାଇଛି । ଆଜି ଦିନ ୧୧.୪୫ ମିନିଟରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷକୃତ୍ୟ ହେବ । ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପ-ରାଷ୍ଟ୍ରପତି ଜଗଦୀପ ଧନଖଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସର ବରିଷ୍ଠ ନେତା ଏବଂ ବହୁ ବ୍ୟକ୍ତି ବିଶିଷ୍ଟ ସାମିଲ୍ ହେବାର ସମ୍ଭାବନା ରହିଛି ।

ଗତ ଗୁରୁବାର ରାତିରେ ନୂଆଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ)ରେ ଡ. ସିଂହଙ୍କ ନିଧନ ଘଟିଥିଲା। ତାଙ୍କୁ ୯୨ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟଜନିତ ସମସ୍ୟାରେ ସେ ପୀଡ଼ିତ ଥିଲେ। ଗୁରୁବାର ସନ୍ଧ୍ୟାରେ ସ୍ବାସ୍ଥ୍ୟାବସ୍ଥା ହଠାତ ବିଗିଡ଼ି ଯିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତରମାନଙ୍କ ବହୁ ଚେଷ୍ଟା ସତ୍ବେ ତାଙ୍କ ଜୀବନ ରକ୍ଷା କରାଯାଇପାରି ନ ଥିଲା। ସାରା ଦେଶ ପାଇଁ ଏହା ଏକ ଦୁଃଖଦ ଘଟଣା ହୋଇଥିବାବେଳେ ସରକାର ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି।