ଭୁବନେଶ୍ୱର: ପଦ୍ମ ଧରିଲେ ପ୍ରିୟଦର୍ଶୀ ।ବିଜେପିରେ ମିଶିଲେ ଭୁବନେଶ୍ୱରର ଉତ୍ତର ଆସନର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ପଦ୍ମ ଧରିଛନ୍ତି ପ୍ରିୟଦର୍ଶୀ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଉପସ୍ଥିତିରେ ସେ ଦଳରେ ଦାମିଲ ହୋଇଛନ୍ତି । ତେବେ କିଛି ସମୟ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଥିଲେ ପ୍ରିୟଦର୍ଶୀ । ତେବେ ବିଜେଡିର ଜଣେ ଟାଣୁଆ ଯୁବ ନେତା ଥିଲେ ପ୍ରିୟଦର୍ଶୀ ମିଶ୍ର ।