ଆଖି ବୁଜିଲେ ୨୭ ବର୍ଷୀୟ ମିସ୍‌ ବ୍ରାଜିଲ ଗ୍ଲେସି କୋରେଆ

ସେ ବ୍ରାଜିଲ ସୁନ୍ଦରୀ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ ।

(ବ୍ରାଜିଲ) : ଆଖି ବୁଜିଲେ ମିସ୍‌ ବ୍ରାଜିଲର ମୁକୁଟ ପିନ୍ଧିଥିବା ଗ୍ଲେସି କୋରେଆ । ସେ ବ୍ରାଜିଲ ସୁନ୍ଦରୀ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୭ ବର୍ଷ ବୟସ ହୋଇଥିଲା। । ଟନସିଲକୁ ହାଲୁକା ଭାବେ ନେବା ହେତୁ ସେ ମୃତ୍ୟୁକୁ ଆପଣେଇଥିବା ସୂଚନା ମିଳିଛି । ଟନସିଲ ଜନିତ ସମସ୍ୟା ଅଧିକ ହେବାରୁ ଏହାକୁ ଦୂର କରିବା ପାଇଁ ସେ ଅସ୍ତ୍ରୋପଚାର କରିଥିଲେ। ହେଲେ ଅପରେସନ୍ ପରେ ତାଙ୍କର ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା।

ସେହିପରି ସେ ହୃଦ୍‌ଘାତର ଶିକାର ବି ହୋଇଥିଲେ। ଏଥିପାଇଁ ସେ ଦୀର୍ଘ ୨ ମାସ ହେଲା କୋମାରେ ରହିଥିଲେ। ଜୁନ୍‌ ୨୦ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏବେ ସେ ଆଉ ନାହାନ୍ତି । ଯାହାକୁ ନେଇ ଫ୍ୟାନମାନେ ଦୁଃଖ ପ୍ରକାଶ କରିବା ସହ ଆତ୍ମାର ସଦଗତି କାମନା କରିଛନ୍ତି ।

ସୂଚନାନୁଯାୟୀ , ଏପ୍ରିଲ ମାସରେ ସେ ରୁଟିନ ଟନସିଲ ଅପରେସନ କରିଥିଲେ। ଅପରେସନର ୫ ଦିନ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ସେ ହାମରେଜ ଓ ହୃଦଘାତର ଶିକାର ହେବାରୁ ଏପ୍ରିଲ ମାସ ଠାରୁ ହିଁ କୋମାରେ ରହିଥିଲେ। ୨୦୧୮ରେ ମିସ ବ୍ରାଜିଲ ହୋଇଥିବା ଗ୍ଲେସି କୋରେଆ ଦକ୍ଷିଣ ପୂର୍ବ ବ୍ରାଜିଲର ମାକାଇରେ ରୁହନ୍ତି। ସେ ଜଣେ ସ୍ଥାୟୀ ମେକଅପ ଆର୍ଟିଷ୍ଟ ଭାବେ ମଧ୍ୟ ବେଶ ଖ୍ୟାତି ଅର୍ଜନ କରିଥିଲେ।