ବିଜେଡି ଛାଡିଲେ ପୂର୍ବତନ କୋରେଇ ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକ

ଭୁବନେଶ୍ୱର: ବିଜେଡି ଛାଡିଲେ ପୂର୍ବତନ କୋରେଇ ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକ । ସେ ଆଜି ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ବିଜେଡି ସଭାପତି ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ପାଖକୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି । ବିଜେଡି ଛାଡିବା ପରେ ସେ କେଉଁ ଦଳରେ ସାମିଲ ହେବେ ସେ ନେଇ ସ୍ପଷ୍ଟ କରିନାହାନ୍ତି । ତେବେ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ କୋରେଇ ବିଧାୟକ ଥିଲେ ସେ । ତେବେ ଦଳ ଛାଡିବା ପରେ ସେ ଏକ ଭିଡଓ ଯାରି କରି କହିଛନ୍ତି ଯେ ‘ ଆଜି ମୁଁ ମୋ ଅନ୍ତର ଆତ୍ମାର ସ୍ୱର ଶୁଣିଛି । ମୋର ଆତ୍ମସମ୍ମାନ ପାଇଁ ମୋର ଅଭିମାନ ପାଇଁ ଓ କୋରେଇ ଜନସାଧାରଣଙ୍କ ସ୍ୱାଭିମାନ ପାଇଁ ମୁଁ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛି । ମୋର ଜୀବନ ସମାଜ ସେବା ପାଇଁ ଓ କୋରେଇ ବାସୀଙ୍କ ସେବା ପାଇଁ ସମର୍ପିତ’ ।