ଭୁବନେଶ୍ୱର: ଶଙ୍ଖ ଧରିଲେ ପାରାଳାଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ କେ . ସୂର୍ଯ୍ୟା ରାଓ । ସେ ନିଜର ବହୁ ସମର୍ଥକଙ୍କ ସହ ଆସି ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ।
ସୂଚନା ଅନୁଯାୟୀ, ସେ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ କେ. ସୁରିୟା ରାଓ କଂଗ୍ରେସରୁ ବିଧାୟକ ଭାବେ କାର୍ଯ୍ୟକରିଥିଲେ । ପରେ ୨୦୧୯ ନିର୍ବାଚନରେ କଂଗ୍ରେସରୁ ଲିଢିଥିଲେ । କିନ୍ତୁ ସେ ୨୪ ହଜାର ଭୋଟ ପାଇ ୪ର୍ଥ ସ୍ଥାନରେ ରହିଥିଲେ ।