ହିଞ୍ଜଳି/ରଜନୀକାନ୍ତ ପାତ୍ର: ଘାତକ ସାଜିଛି କରୋନାର ଦ୍ୱିତୀୟ ଲହର । ପ୍ରତିଦିନ ଗଡୁଛି ଶହ ଶହ ମୁଣ୍ଡ । ଶେରଗଡ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ବାବୁଲା କୁମାର ଚୌଧୁରୀ(୫୪)ଙ୍କ ମୁଣ୍ଡ ମଧ୍ୟ ଗଡିଲା କରୋନାରେ । ଆଜି ସକାଳ ସାଢେ ୪ଟା ସମୟରେ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତିନି ଦିନ ପୂର୍ବେ ଶ୍ବାସ ନେବାରେ କଷ୍ଟ ହେବାରୁ ତାଙ୍କୁ ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପୂର୍ବରୁ ତାଙ୍କର କରୋନା ପଜେଟିଭ ଥିବା ଜଣାପଡିଛି।
ଚୌଧୁରୀ ରାଜ୍ୟ ବିଜେଡ଼ି, କାର୍ୟ୍ୟ କାରଣୀ ସଦସ୍ୟ ଓ ପରେ ୨୦୧୨ ରୁ ୨୦୧୭ ଯାଏ ଶେରଗଡ଼ ବ୍ଲକ ଅଧକ୍ଷ ଥିଲେ ଓ ଉଦୟ ପ୍ରତାପ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟର ସଭାପତି ଥିଲେ। ଚୌଧୁରୀଙ୍କ ପରଲୋକରେ ଶେରଗଡ଼ ବ୍ଲକ ଅଧ୍ୟକ୍ଷା ସାରସ ସ୍ୱାଇଁ, ବରିଷ୍ଠ ବିଜେଡି ନେତା ହୀନ ବେହେରା, ହୃଷିକେଶ ପାଢ଼ୀ, ସଂନ୍ତୋଷ କୁମାର ପଟ୍ଟନାୟକ , ଉତ୍କଳ ସାମ୍ବାଦିକ ସଂଘର ଗଞ୍ଜାମ ଜିଲ୍ଲା ଉପସଭାପତି ଦେବୀ ପ୍ରସାଦ ଦାସ, ବରୁଣ ପୋଲାଇ ,ସରୋଜ ପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି।