କରୋନାରେ ଦିଲ୍ଲୀର ପୂର୍ବତନ ବିଧାୟକ ଜର୍ଣ୍ଣେଲ ସିଂଙ୍କ ପରଲୋକ , ଟ୍ୱିଟ କଲେ ମୁଖ୍ୟମନ୍ତ୍ରୀ

କରୋନା କାରଣରୁ ଦିଲ୍ଲୀର ପୂର୍ବତନ ବିଧାୟକ ଜର୍ଣ୍ଣେଲ ସିଂଙ୍କ ଦେହାନ୍ତ । ଏନେଇ ତାଙ୍କ ପରିବାର ଏ ବିଷୟରେ ସୂଚନା ଦେଇଛନ୍ତି ।

(ଦିଲ୍ଲୀ) : କରୋନା କାରଣରୁ ଦିଲ୍ଲୀର ପୂର୍ବତନ ବିଧାୟକ ଜର୍ଣ୍ଣେଲ ସିଂଙ୍କ ଦେହାନ୍ତ । ଏନେଇ ତାଙ୍କ ପରିବାର ଏ ବିଷୟରେ ସୂଚନା ଦେଇଛନ୍ତି ।
ସିଂଙ୍କ ଭାଇ କର୍ନେଲ ସିଂ କହିଛନ୍ତି ଯେ ସିଂଙ୍କୁ ଗତ ୧୨-୧୩ ଦିନ ଧରି ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଶୁକ୍ରବାର ଦିନ ଦଳର ଏହି ପୂର୍ବତନ ବିଧାୟକ ଜର୍ଣ୍ଣେଲ ସିଂଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି । କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି ଯେ ଦିଲ୍ଲୀର ପୂର୍ବତନ ବିଧାୟକ ଜର୍ଣ୍ଣେଲ ସିଂଙ୍କ ଅକାଳ ବିୟୋଗରେ ମୁଁ ଅତ୍ୟନ୍ତ ଦୁଖିତ । ତାଙ୍କର ଆତ୍ମାକୁ ​​ଶାନ୍ତି ମିଳୁ । ସମାଜରେ ତାଙ୍କର ଅବଦାନ ପାଇଁ ତାଙ୍କୁ ସର୍ବଦା ସ୍ମରଣ କରାଯିବ ।