ଅଷ୍ଟମ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

(ସତ୍ୟନାରାୟଣ ପାଲ)ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ,ରାଇରଙ୍ଗପୁର ଷ୍ଟାଡିୟମ ପଡିଆରେ ସୋମବାର ଦିନ ବାମନଘାଟି ଫୁଟବଲ ଚମ୍ପିଆନସିପ୍-୨୦୧୯ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ବଛା ବଛା ୧୬ ଟି ଦଳ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ଖେଳରେ ବୁଲେଟ ରାଜା ୪-୦ ଗୋଲ ଦେଇ ଚମ୍ପିଆନ ହୋଇଥିଲା । ବୁଲେଟ ରାଜା ୫୦୦ ସି ସି ଚମ୍ପିଆନ ହୋଇଥିବା ବେଳେ ରାଜୁ ମେସ ରନର୍ସ ଅପ ଦଳ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,ସମ୍ମାନିତ ଅତିଥି ସମାଜସେବୀ ଗୋପାଲ ବେଶ୍ରା,ଟାଟା କମ୍ପାନୀର ପୂର୍ବତନ ଫୁଟବଲ ଖେଳାଳି ସୁଦାମ ହେମ୍ଭ୍ରମ, ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି, ଦାମୋଦର ମହାନ୍ତି ପ୍ରମୁଖ ଯୋଗ ଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ଆଡଭୋକେଟ କିଶୋର ମହାନ୍ତି,ମନ ମୋହନ ପରମାଣିକ,ଦିଲୀପ ମହାନ୍ତି ଖେଳ ପରିଚାଳନା କରିଥିଲେ । ଡଃ ଡି ଏନ ଟୁଡୁ ,ସୁଦାମ ସୋରେନଙ୍କ ସହ ୫ ହଜାରରୁ ଉର୍ଦ୍ଧ୍ବ ଲୋକ ଫୁଟବଲ ଖେଳର ମଜା ନେଇଥିଲେ।ଆୟୋଜକଙ୍କୁ ଫୁଟବଲ ପ୍ରେମୀ ସାଧୁବାଦ ଜଣାଇଛନ୍ତି ।