ଜୟଦେବ ବିହାରରୁ ନନ୍ଦନ କାନନ ପର୍ଯ୍ୟନ୍ତ ହେବ ଫ୍ଲାଏ ଓଭର

ଭୁବନେଶ୍ୱର: ଖୁବଶୀଘ୍ର ଆରମ୍ଭ ହେବ ଜୟଦେବ ବିହାରରୁ ନନ୍ଦନ କାନନ ପର୍ଯ୍ୟନ୍ତ ଫ୍ଲାଏ ଓଭର କାର୍ଯ୍ୟ । ସରକାର ସେ ପ୍ରକଳ୍ପ କୁ ଅନୁମତି ଦେଇ ସାରିଛନ୍ତି । ଖୁବଶୀଘ୍ର ଟେକିନିକାଲ କାର୍ଯ୍ୟ ଆରମ୍ଭ ହେବ ।   ଜୟଦେବ ବିହାରରେ ଜାତୀୟ ରାଜପଥ ର ଯେଉଁ ଫ୍ଲାଏ ଓଭର ରହିଛି ତାକୁ ସଂଯୋଗ କରି ସେ ଫ୍ଲାଏ ଓଭର ନନ୍ଦନ କାନନ ପର୍ଯ୍ୟନ୍ତ ଯିବ । ମଝିରେ ମଝିରେ ଯେଉଁଠି ବଡ଼ ବଡ଼ ଛକ ଅଛି ସେଠି ଏସକେପ ୱେ ରହିବ । ଯେଉଁମାନେ ଉପରେ ଯାତାୟାତ କରୁଥିବେ ସେମାନଙ୍କ ପାଇଁ ତଳକୁ ଓହ୍ଲାଇବା ପାଇଁ କୌଣସି ଅସୁବିଧା ହେବ ନାହିଁ । ସବୁ ଦୃଷ୍ଟି କୁ ଆଖି ଆଗରେ ରଖି ଯୋଜନା କରାଯାଇଛି । ସେଠି ଯେଉଁ ରାସ୍ତା ତଳେ ଚାଲିଛି ଚାଲିବ ତାହା ସହ ଉପରେ ମଧ୍ୟ ୪ ଲେନ ରାସ୍ତା ନିର୍ମାଣ ହେବ । ଏଇ ରାସ୍ତା ଆଗାମୀ ଦିନରେ ଭୁବନେଶ୍ୱରର ଲାଇଫ ଲାଇନ ହେବ । ଆମେ ଆଶା ରଖିଛୁ ୨୦୨୭-୨୮ ସୁଦ୍ଧା ଏହି ପ୍ରକଳ୍ପ ରୁ ବଡ଼ ଭାଗ ଆମେ ଶେଷ କରି ଦେଇଥିବୁ । ସେହି ଯୋଜନା ନେଇ କାର୍ଯ୍ୟ କରାଯାଉଛି ।