(ମମତା ସାମଲ)ରିପୋର୍ଟସଟୁଡେ: ଯେଉଁଠି ଦିନେ ଅଳିଆ ଆବର୍ଜନା ଭରି ରହିଥିଲା, ଏବେ ସେଠି ଭଳିକି ଭଳି ଫୁଲର ସମ୍ଭାର । ପୋଲିସ ଓ ଯୁବକଙ୍କ ପ୍ରଚେଷ୍ଟାରେ ସୃଷ୍ଟି ହୋଇଛି ପୁଷ୍ପ ଉଦ୍ୟାନ । ଚାନ୍ଦବାଲି ବାବା ଆଖଣ୍ଡଳମଣୀଙ୍କ ପୀଠରେ ପାଖାପାଖି ୩୦ ପ୍ରକାରର ଫୁଲ ଗଛ ଲଗାଯାଇଛି । ଏହି ସବୁ ଫୁଲ ବାବା ଆଖଣ୍ଡଳମଣୀଙ୍କ ବଡସିଂହାର ବେଶରେ ଲାଗି ହେବ । ଆରଡି ପୋଲିସ ଓ କିଛି ଯୁବ ସେବାୟତଙ୍କ ଉଦ୍ୟମ ପାଇଁ ଏସବୁ ସମ୍ଭବ ହୋଇପାରିଛି । ପୂର୍ବରୁ ଏହି ସ୍ଥାନରେ ଅଳିଆ ଆବର୍ଜନା ପଡି ରହୁଥିଲା । ଫଳରେ ଦୁର୍ଗନ୍ଧ ପରିବେଶ ସୃଷ୍ଟି ହେବା ସହ ଭକ୍ତମାନେ ଅସନ୍ତୋଷ ବ୍ୟକ୍ତ କରୁଥିଲେ । ଏହାସହ ବାବାଙ୍କ ବଡ ସିଂହାର ବେଶ ପାଇଁ ଫୁଲର ଆବଶ୍ୟକତା ପୁରଣ ହୋଇପାରୁନଥିଲା ।