ଫନିକୁ ନେଇ ଭୁବନେଶ୍ୱର-କୋଲକାତା ବିମାନ ବାତିଲ

(ଆଦର୍ଶ ରାଉତ) ଭୁବନେଶ୍ୱର: ସାମୁଦ୍ରିକ ଝଡ ଫନିକୁ ଦୃଷ୍ଟିରେ ରଖି ମେ ୨ ଓ ୩ରେ ଭୁବନେଶ୍ୱରରୁ କୋଲକାତା ଯାଉଥିବା ସମସ୍ତ ବିମାନ ଚଳାଚଳକୁ ବାତିଲ କରାଯାଇଛି। ଏଥିନେଇ ଭିସ୍ତାର ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ବାତିଲ ବିମାନ ଚଳାଚଳ ପାଇଁ ଟିକେଟ ପରିବର୍ତ୍ତନ ଓ କ୍ୟାନସେଲେସନ ଫିକୁ ଉଠାଇ ଦିଆଯାଇଥିବା କୁହାଯାଇଛି । ତାରିଖ ପରିବର୍ତ୍ତନରେ ହୋଇଥିବା ଭଡାରେ କୌଣସି ପରିବର୍ତ୍ତନ ଥିଲା ତାହା କେବଳ ପ୍ରଯୁଜ୍ୟ ହେବ । ଅଧିକ ତଥ୍ୟ ଓ ସୂଚନା ପାଇଁ ଯାତ୍ରୀ ୯୨୮୯୨୨୮୮୮୮ ସହ ଯୋଗାଯୋଗ କରିବାକୁ ସଂସ୍ଥା ପକ୍ଷରୁ କୁହାଯାଇଛି ।