ସାଧାରଣ ନିର୍ବାଚନ ପାଇଁ ଉଦଳା ପୋଲିସ ପକ୍ଷରୁ ସହରରେ ଫ୍ଲାଗମାର୍ଚ୍ଚ

ଉଦଳା /ଦୀପକ ମିଶ୍ର: ସାଧାରଣ ନିର୍ବାଚନ କୁ ଦୃଷ୍ଟି ରେ ରଖି ଉଦଳା ପୋଲିସ ପକ୍ଷରୁ ଉଦଳା ସହର ରେ ବିଭିନ୍ନ ସ୍ଥାନରେ  ଫ୍ଲାଗ ମାର୍ଚ୍ଚ କାର୍ଯ୍ୟକ୍ରମ  ଅନୁଷ୍ଠିତ ହବା ସହ ସାଧାରଣ ଲୋକଙ୍କୁ ପୋଲିସ ପକ୍ଷରୁ ସଚେତନତା କରାଯାଇଛି  l ଅଞ୍ଚଳ ର ସୁରକ୍ଷା କୁ ନଜର ରେ ରଖି ନିର୍ବାଚନ ସମୟ ରେ କେମିତି ଆଇନ ଶୃଙ୍ଖଳl କ୍ଷେତ୍ରରେ ଶାନ୍ତି ଏବଂ ଆଗକୁ ଆସୁଥିବା ସାଧାରଣ ନିର୍ବାଚନ କ୍ଷେତ୍ରରେ ପୋଲିସ ର ଦାଇତ୍ୱ  ଉପରେ ଗୁରୁତ୍ୱ ଦେଇ ଉପଖଣ୍ଡ ପୋଲିସ ଅଧିକାରୀ ସାର୍ଥକ ରାୟ ଙ୍କ ନେତୃତରେ ଆଜି ସହର ର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ଅନୁଠିତ ହୋଇଯାଇଛି l  ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ କେମିତି ଶାନ୍ତି ଶୃଙ୍ଖଳା ର ସହ ହୋଇପାରିବ ସେଥିନେଇ ଲୋକ ମାନଙ୍କୁ ସଚେତନତା ମଧ୍ୟ ପୋଲିସ ପକ୍ଷରୁ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ଉଦଳା ଥାନାଧିକାରୀ ବୋନମାଳୀ ବାରିକ ଙ୍କ ସହ ବହୁ ପୋଲିସ କର୍ମଚାରୀ ଯୋଗ ଦେଇ ଏହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ l