ଅନୁଗୋଳ ଟାଉନ୍ ଥାନା ଓ ନାଲକୋ ଥାନା ପକ୍ଷରୁ ଫ୍ଲାଗମାର୍ଚ

ଅନୁଗୋଳ / ସୁଧାକର ସାହୁ :    ଅନୁଗୋଳ ଟାଉନ୍ ପୋଲିସ  ଓ ନାଲକୋ ଥାନା ପକ୍ଷରୁ ଫ୍ଲାଗମାର୍ଚ କରାଯାଇଛି । ଚଳିତ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ଓ ଅବାଧ କରିବା ପାଇଁ ଏହି ଫ୍ଲାଗମାର୍ଚ କରାଯାଇଥିଲା। ଅନୁଗୋଳ ଅଞ୍ଚଳର ବିଭିନ୍ନ ଦୋକାନ ବଜାର, ହୋଟେଲ ଗୁଡ଼ିକ ରାତି ୧୦ଟା ଭିତରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଅଯାଇଛି। ଗୋଷ୍ଠୀ ସଂଘର୍ଷ ଓ ଅପରାଧିକ କାର୍ଯ୍ୟକଳାପ ରୋକିବା ପାଇଁ ଫ୍ଲାଗମାର୍ଚର ମୁଖ୍ୟ ଉଦ୍ଦେଶ୍ୟ ବୋଲି IIC ଧିରେସ କୁମାର ଦାସ କହିଛନ୍ତି । ଗୀତାଗ୍ରାମ, ଶିମିଳିପଡ଼ା, PTC ହାଇ ସ୍କୁଲ, ଶିକ୍ଷକପଡା, ଟାଉନ୍ ହାଇ ସ୍କୁଲ, ଉତ୍ତରପଡା ସ୍କୁଲ ଅଞ୍ଚଳରେ ଫ୍ଲାଗମାର୍ଚ କରାଯାଇଥିଲା । ଏହି ଫ୍ଲାଗମାର୍ଚ ରେ ଟାଉନ୍ ଥାନାର ସମସ୍ତ ଅଧିକାରୀ, BSF ଜବାନ ଙ୍କ ସହିତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ସେହିଭଳି ନାଲକୋ ଥାନା ପକ୍ଷରୁ କୁଲାଡ ଗ୍ରାମ, ବଳରାମ ପ୍ରସାଦ ଗ୍ରାମ ସହ ସମସ୍ତ ବଜାର ମଧ୍ୟରେ ଫ୍ଲାଗମାର୍ଚ  କରାଯାଇଛି।