ନୂଆ ବର୍ଷରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡାଣ ଭରିବ ଆଉ ୫ ଟି ନୂଆ ବିମାନ

ଭୁବନେଶ୍ୱର: ବିମାନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଏଣିକି ବିମାନ ଯାତ୍ରୀ ଆହୁରି ସହଜ ହେବ । କାରଣ ନୂଆ ବର୍ଷରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡାଣ ଭରିବ ଆଉ ୫ ଟି ନୂଆ ବିମାନ । ନୂଆ ସ୍ଥାନ କୁ ଭୁବନେଶ୍ୱରରୁ ଏହି ବିମାନ ଯିବ ।
ଜାନୁୟାରୀ ୧ରୁ ଇନ୍ଦୋର ଓ ଡେରାଡୁନକୁ ଆରମ୍ଭ ହେବ ବିମାନ ସେବା । ଇଣ୍ଡିଗୋ ବିମାନ ଇନ୍ଦୋରକୁ ସପ୍ତାହରେ ୪ ଦିନ ଓ ଡେରାଡୁନକୁ ସପ୍ତାହରେ ୩ ଦିନ ଯାତାୟତ କରିବ । ସେହିପରି ଜାନୁୟାରୀ ୩ରୁ ଲକ୍ଷେ୍ନø , ଜୟପୁରକୁ ସପ୍ତାହରେ ୩ ଦିନ ଯାତ୍ରାୟାତ କରିବ । କୋଚିକୁ ଭୁବନେଶ୍ୱରରୁ ସବୁଦିନ ବିମାନ ସେବା ରହିବ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।