ଜଳେଶ୍ବର: ନିଖୋଜ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର । ଉଦୟପୁର ସମୁଦ୍ର କୂଳ ନିକଟରୁ ମୃତଦେହ ଉଦ୍ଧାର କରା ଉଦ୍ଧାରକାରୀ ଦଳ । ଗତ ୨ ତାରିଖରେ ସମୁଦ୍ରରେ ନିଖୋଜ ହୋଇଥିଲେ ୪ ମତ୍ସ୍ୟଜୀବୀ । ମାତ୍ର ୨ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଥିଲା ତଟରକ୍ଷୀ ବାହିନୀ । ଏବେ ବି ଜଣେ ନିଖୋଜଙ୍କ ପତ୍ତା ମିଳିପାରି ନାହିଁ ।
ସୂଚନା ଅନୁସାରେ, ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଚୌମୁଖ ପଞ୍ଚାୟତ କଙ୍କଡାପାଳ ଗ୍ରାମର ଡଙ୍ଗା ମାଲିକ ମଧୁସୂଦନ ଗିରି, ଗୋପାଳ ଗିରି, ରବିନ୍ଦ୍ର ଗିରି ଓ ଜଗନ୍ନାଥ ପାଳ ୪ ଜଣ ଗତ ୨ ତାରିଖରେ ମାଛ ମାରିବା ପାଇଁ ସମୁଦ୍ରକୁ ଯାଇଥିଲେ । ମାତ୍ର ସମୁଦ୍ରକୁ ମାଛ ଧରିବାକୁ ଯାଇ ନିଖୋଜ ହୋଇଯାଇଥିଲେ ୪ ମତ୍ସ୍ୟଜୀବୀ । ୪ ଜଣ ମଧ୍ୟରୁ ୨ ଜଣଙ୍କୁ ଜୀବିତ ଭାବେ ଉଦ୍ଧାର କରିଥିଲେ ତଟରକ୍ଷୀ ବାହିନୀ । ଉଦ୍ଧାର ପରେ ସେମାନଙ୍କୁ ଦିଘା ହସ୍ପିଟାଲରେ ଭର୍ତି କରାଯାଇଥିଲା । ତେବେ ଅନ୍ୟ ୨ଜଣ ନିଖୋଜ ଥିବା ବେଳେ ଆଜି ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ସେପଟେ ଜଣଙ୍କର ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିନି ।