ଦିଲ୍ଲୀରେ ଏଥର ବି ଫୁଟିବନି ବାଣ : ଅରବିନ୍ଦ କେଜ୍ରିଓ୍ବାଲ

ଚଳିତ ବର୍ଷ ଦିୱାଲୀରେ ଦିଲ୍ଲୀରେ ଫୁଟିବନି ବାଣ। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି।

(ଦିଲ୍ଲୀ) : ଚଳିତ ବର୍ଷ ଦିୱାଲୀରେ ଦିଲ୍ଲୀରେ ଫୁଟିବନି ବାଣ। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। କେଜ୍ରିଓ୍ବାଲ କହିଛନ୍ତି, ଗତ ୩ ବର୍ଷ ଧରି ଦୀପାବଳି ସମୟରେ ଦିଲ୍ଲୀରେ ପ୍ରଦୂଷଣ ବିପଦଜନକ ସ୍ତରକୁ ଚାଲିଯାଉଥିବାର ଦେଖି ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସବୁ ପ୍ରକାର ବାଣର ବିକ୍ରି ଓ ଉପଯୋଗ ଉପରେ କଟକଣା ଲଗାଯାଉଛି। ଯାହାଫଳରେ ଲୋକଙ୍କର ଜୀବନ ବଞ୍ଚାଇ ହେବ।

ସୂଚନାନୁଯାୟୀ , ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି, ଗତ ବର୍ଷ ବ୍ୟବସାୟୀଙ୍କ ଦ୍ବାରା ବାଣ ବିକ୍ରି ପରେ ପ୍ରଦୂଷଣ ଗମ୍ଭୀରତାରକୁ ଦେଖି ଆଗୁଆ କଟକଣା ଲାଗୁ କରାଯାଇଥିଲା, ଯାହାଫଳରେ ବ୍ୟବସାୟୀଙ୍କର କ୍ଷତି ହୋଇଥିଲା। l ସେଥିପାଇଁ ବ୍ୟବସାୟୀମାନେ ଅପିଲ୍ କରିଥିଲେ, ଏଥର ପୂର୍ଣ୍ଣ କଟକଣାକୁ ଦେଖି କୌଣସି ପ୍ରକାର ଷ୍ଟୋରେଜ୍ କରାନଯାଉ।