ବିଦ୍ୟୁତ ସର୍ଟସର୍କିଟରୁ ଅଗ୍ନିକାଣ୍ଡ

(କେନ୍ଦ୍ରାପଡ଼ା ) : କେନ୍ଦ୍ରାପଡା ଜିଲ୍ଲା ଇମାମବାଡ଼ା ବସ୍ତିରେ ନିଆଁ। ଜଳିପୋଡ଼ି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କା ସୁନାଗହଣା ସମେତ ବହୁ ଆସବାପତ୍ର ସାମଗ୍ରୀ । ଭୋରୁ ଭୋରୁ ଅଗ୍ନିକାଣ୍ଡଟି ଘଟିଛି। ବିଦ୍ୟୁତ ସର୍ଟସର୍କିଟରୁ ନିଆଁଲାଗିଥିବା ସୂଚନାମିଳିଥିବା ବେଳେ ୪ଟି ପରିବାର ୮ ବଖରା ଘର ଜଳି ପୋଡି ନାରଖାର ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ତିନୋଟି ଗାଡି ପହଞ୍ଚିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଘର ପୋଡି ପାଉଁଶ ହୋଇଯାଇଥିଲା। ଏହି ଅଗ୍ନିକାଣ୍ଡରେ ଜଣେ ୧ବର୍ଷର ଶିଶୁ ମଧ୍ୟ ଆହତ ହୋଇଛି। ଅନ୍ୟପଟେ ୨ଜଣ ଗୁରୁତରଙ୍କୁ କଟକ ବଡ଼ ଡ଼ାକ୍ତରଖାନା ପଠାଯାଇଥିବା ବେଳେ ୩ଜଣ ଆହତ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି କ୍ଷ ଅନ୍ୟ ୩ଜଣଙ୍କୁ ଆଶୁ ଚିକିତ୍ସା ପରେ ଘରକୁ ପଠାଯାଇଛି।