(ରିପୋର୍ଟସ ଟୁଡ଼େ)ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଇନ୍ଦିରା ନଗରଠାରେ ଅଭାବନୀୟ ଘଟଣା। ଆଜି ସକାଳ ପ୍ରାୟ ୬ଟାରେ ରାମ ବିହାର ଫେଜ୍ ୨ ମହଲାରୁ ଧୂଆଁ ବାହାରୁ ଥିବାରୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ସେମାନେ ଧୂଆଁ ଦେଖି ବିଲ୍ଡିଂରେ ନିଆଁ ଲାଗିଥିବା ଅନୁମାନ ଲଗାଇଥିଲେ। ବିଲ୍ଡିଂରେ ନିଆଁ ଲାଗି ଯିବାରୁ ଏକ ୬ ମାସର ଶିଶୁ ସହ ପରିବାରର ୫ ଜଣ ଲୋକ ଜୀଅନ୍ତା ଦଗ୍ଧ ହୋଇ ଯାଇଥିବା ଜାଣିବାକୁ ମିଳିଛି। ସେମାନେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇଁ ୬ ଜଣ ନିଆଁ ଲିଭାଳି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲିଭାଇବା ସହ ମୃତକମାନଙ୍କ ମୃତ ଶରୀରକୁ ଉଦ୍ଧାର କରିଛନ୍ତି। ଏହି ନିଆଁ ଲିଭା କାର୍ୟ୍ୟରେ ଗ୍ରାମବାସୀ ଓ ସ୍ୱେଚ୍ଛାସେବୀମାନେ ବି ସାମିଲ୍ ହୋଇଥିଲେ। ମାତ୍ର ପୀଡ଼ିତମାନଙ୍କୁ ବଞ୍ଚାଇ ହୋଇନାହିଁ।