(ମୁମ୍ବାଇ) : ବଲିଉଡ ଭାଇଜାନ ସଲମାନ ଖାନ୍ଙ୍କ ଶୋ’ ବିଗ୍ ବସ୍ରେ ଭୟାବହ ଅଗ୍ନିକାଣ୍ଡ। ଅଚାନକ ଜଳିଗଲା ବିଗ୍ ବସ୍-୧୫ ସେଟ୍। ଖବର ପାଇଁ ୪ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚିଛି। ତେବେ କିଭଳି ଏହି ଅଗ୍ନିକାଣ୍ଡ ଘଟିଲା ସେ ନେଇ କିଛି ସୂଚନା ମିଳିନାହିଁ।
ସୂଚନାନୁଯାୟୀ , ବର୍ତ୍ତମାନ ଲାଗି ଥିବା ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚାଲିଛି। ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି। ବିଗ୍ ବସ୍ ସେଟ୍ରେ ଲାଗିଥିବା ନିଆଁର କିଛି ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିଏମ୍ସି ଦେଇଥିବା ସୂଚନା ମୁତାବକ, ମୁମ୍ବାଇର ଗୋରେଗାଓଁ ସ୍ଥିତ ରିଆଲିଟି ଶୋ ବିଗ୍ ବସ୍ର ସେଟ୍ରେ ଆଜି ମଧ୍ୟାହ୍ଣରେ ଅଗ୍ନିକାଣ୍ଡ ଘଟିଥିଲା।