ପାଲଘର ବାଜାଜ ହସ୍ପିଟାଲରେ ନିଆଁ

ପାଲଘର: ମହାରାଷ୍ଟ୍ରର ପାଲଘର ଜିଲ୍ଲା ତାରାପୁରସ୍ଥିତ ବାଜାଜ ହେଲ୍ଥ କେୟାର ୟୁନିଟରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡ ଶନିବାର ଅପରାହ୍ନରେ ସଂଗଠିତ ହୋଇଛି । ଖବର ପାଇଁ ଦମକଳ ବାହିନୀ ନିଆଁ ଆୟତ୍ତରେ ଲାଗିଛି । ହସ୍ପିଟାଲରେ ନିଆଁ ଲାଗିଥିବା ବେଳେ ଭିତରେ ରହିଯାଇଥିବା ୩୦ କର୍ମଚାରୀଙ୍କୁ ସୁରକ୍ଷିତ ବାହାରକୁ ବାହାର କରାଯାଇଛି । ତେବେ ୨ ଜଣ ଆହତ ହୋଇଥିବା ଜଣେ ଦମକଳବାହିନୀ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ନିଆଁ କିପରି ଲାଗିଲା ତାର କାରଣ ଜଣା ପଡିନାହିଁ ।