ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ବୁଧବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ। ଏମ୍ସର ୯ମ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଛି । ୨୬ଟି ଦମକଳ ଦୀର୍ଘ ୨ ଘଣ୍ଟାରୁ ଅକ୍ଳାନ୍ତ ପରିଶ୍ରମ କରାଯିବା ପରେ ରାତି ୧୨.୩୯ରେ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ରହିଛି । ସର୍ଟସର୍କିଟ ଯୋଗୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତ ପରେ କୁହାଯାଉଛି।
ଡେପୁଟି ଅଗ୍ନିଶମ ଅଧିକାରୀ ସୁନୀଲ ଚୌଧୁରୀ କହିଛନ୍ତି, ଗତ ରାତି ୧୦.୨୫ ମିନିଟରେ ଏମ୍ସର ୯ମ ମହଲାରେ ଥିବା କୋଭିଡ ସାମ୍ପଲିଂ ସ୍ଥାନରେ ପ୍ରଥମେ ନିଆଁ ଲାଗିଥିଲା।ତେବେ ସୌଭାଗ୍ୟକୁ ସେଠାରେ କେହି ରୋଗୀ କିମ୍ବା ସେମାନଙ୍କ ସମ୍ପର୍କ ନଥିଲେ। ନିଆଁ ଲାଗିବା ଦ୍ୱାରା ଏଠାରେ କ’ଣ ସବୁ କ୍ଷୟକ୍ଷତି ହୋଇଛି, ତା’ର ଯାଞ୍ଚ କରାଯାଉଥିବା ଏହାପରେ ଅଗ୍ନିଶମ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିତ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ।