” ସମାଜରେ ଯୁବପିଢ଼ିକୁ ଭୁଲ ବାର୍ତ୍ତା ଦେଉଛନ୍ତି ଟୁଙ୍ଗୁରୁ ଓ ବର୍ଷା “
ବହୁ ଚର୍ଚ୍ଚିତ ସୋଶାଲ୍ ମିଡିଆରେ ହିରୋ ଏବଂ ହିରୋଇନ ପାଲଟିଥିବା ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି !
(ଭୁବନେଶ୍ୱର) : ବହୁ ଚର୍ଚ୍ଚିତ ସୋଶାଲ୍ ମିଡିଆରେ ହିରୋ ଏବଂ ହିରୋଇନ ପାଲଟିଥିବା ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି ! ସେମାନଙ୍କ ନାଁରେ ନିଶ୍ଚିନ୍ତକୋଇଲି ଥାନାରେ ଏତଲା ହୋଇଛି। ନିଶ୍ଚିନ୍ତକୋଇଲିର ବିଶ୍ୱାସ୍ ଫାଉଣ୍ଡେସନର ସାମାଜିକ କର୍ମୀମାନେ ଅଭିଯୋଗ କରିଛନ୍ତି। ଯଥାଶୀଘ୍ର ଟୁଙ୍ଗୁରୁ ଓ ବର୍ଷାଙ୍କ ଉପରେ ତିଆରି ହୋଇଥିବା ଗୀତ ବନ୍ଦ କରାଯାଉ ବୋଲି ଏତଲାରେ ଦର୍ଶା ଯାଇଛି।
ନିଶ୍ଚିନ୍ତକୋଇଲିର ବିଶ୍ୱାସ୍ ଫାଉଣ୍ଡେସନର ସାମାଜିକ କର୍ମୀମାନେ ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି, ସୋଶାଲ ମିଡ଼ିଆରେ ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କର ଯେଉଁଭଳି ଭାବରେ ବିଭିନ୍ନ ପ୍ରକାର ଭିଡ଼ିଓ ଭାଇରାଲ ହେଉଛି, ତାହା ଯୁବପିଢିଙ୍କ ଉପରେ ଖରାପ ପ୍ରଭାବ ପକାଉଛି। ଏପରି ଗୀତକୁ ବନ୍ଦ କରାଯାଉ। ଏହାଛଡ଼ା ସେମାନଙ୍କର ପରସ୍ପର ବିରୋଧରେ ଆକ୍ଷେପ ଓ ପ୍ରତିଆକ୍ଷେପ ଯୁବ ପିଢ଼ିକୁ ବିଭ୍ରାନ୍ତ କରୁଥିବା ସହ ସମାଜରେ ଭୁଲ ବାର୍ତ୍ତା ଦେଉଥିବା ଅଭିଯୋଗ କରିଛନ୍ତି।
ସୂଚନାନୁଯାୟୀ , ବର୍ଷାଙ୍କର ଅଭିଯୋଗ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଯାଇଥିଲା। ମୋବାଇଲରୁ ମୋବାଇଲ ଘୂରି ବୁଲିଥିଲା। ଏହା ପରେ ସାମ୍ନାକୁ ଆସିଥିଲେ ଟୁଙ୍ଗୁରୁ। ବର୍ଷାଙ୍କୁ ନେଇ ନିଜର ଆଭିମୁଖ୍ୟ ରଖିଥିଲେ। ଏହା ପରଠାରୁ ଉଭୟଙ୍କ ପ୍ରେମ କାହାଣୀକୁ ନେଇ ଆରମ୍ଭ ହୋଇଥିଲା ନାନା ଚର୍ଚ୍ଚା। ଆଉ ତିଆରି ହେଇଥିଲା ଭଳିକି ଭଳି ଗୀତ।
ଆଉ ଦି’ ପାଦ ଆଗକୁ ଯାଇ ଟୁଙ୍ଗୁରୁ ନିଜ ପ୍ରେମକୁ ନେଇ ତିଆରି ହୋଇଥିବା ଗୀତରେ ଅଭିନୟ ସହିତ ନୃତ୍ୟ ପରିବେଷଣ କରୁଥିବା ଦେଖିବାକୁ ମିଳିଥିଲା। ସତେ ଯେମିତି ଲାଗୁଛି ଏମାନଙ୍କ ପାଖରୁ ଲଜ୍ୟା ଛାଡ଼ିଯାଇଛି । ଛୋଟ ପିଲାଙ୍କ ଭଳି ପ୍ରେମ କରି ଲୁକା ଛୁପି ଖେଳ ଖେଳୁଛନ୍ତି ଉଭୟ । ସତରେ କଣ ଦୁନିଆରୁ ସ୍ୱାମୀ ପ୍ରତି ଥିବା ଧର୍ମ ଉଭେଇଗଲା । ବେଦିରେ ଏକାଠି ରହିବାର ପ୍ରତିଶୃତି କଣ ମିଛ ? କାହିଁକି ଲଗାତାର ଭାବେ ସ୍ୱାମୀଙ୍କୁ ଛାଡି ୟଙ୍ଗ ଯୁବକ ପିଛା ପଡୁଛନ୍ତି ମହିଳାମାନେ ? ସ୍ୱାମୀ ଏକ ଝିଅର ହାତ ଧରି ବିବାହ କରିବା ଭୁଲ ? ନା ହାତରେ ହାତକୁ ଛନ୍ଦି ୭ ଜନ୍ମ ପାଇଁ କରିଥିବା ସଂକଳ୍ପ ନିଭେଇବା ଭୁଲ ? ତାହା ସମୟ କହିବା ଆଂଜ୍ଞା । କିନ୍ତୁ ସେମାନଙ୍କ ଏହି ଅସଭ୍ୟ କାର୍ଯ୍ୟକୁ କେତେକ ବୁଦ୍ଧିଜୀବୀ ସମାଲୋଚନା କରିଛନ୍ତି। ମଙ୍ଗଳବାର ଏନେଇ ନିଶ୍ଚିନ୍ତକୋଇଲି ଥାନାରେ ଲିଖିତ ଅଭିଯୋଗ ହୋଇଛି।