ଏପ୍ରିଲରେ ଲିରିଜ ହେବ ୱେବ ସିରିଜ୍‌ ମୋଦି 

(ପ୍ରିୟଦର୍ଶନୀ ସ୍ୱାଇଁ /ରିପୋଟରର୍ସଟୁଡ଼େ )ମୁମ୍ବାଇ : ଆସନ୍ତା ମାସରେ ରିଲିଜ୍‌ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ନିର୍ମାଣ ହୋଇଥିବା ୱେବ ସିରିଜ୍‌ ମୋଦି । ଇରୋସ୍‌ ନାଓ ତରଫରୁ ୱେବ ସିରିଜ୍‌ର ପ୍ରଥମ ପୋଷ୍ଟର ରିଲିଜ୍‌ କରାଯିବା ପରେ ଏହି ଖବର ମିଳିଛି । ଏହି ୱେବ ସିରିଜ୍‌ରେ ମୋଦିଙ୍କ ପିଲାବେଳର କାହାଣୀଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଭାବେ ଶପଥ ନେଉଥିବା ପର୍ଯ୍ୟନ୍ତର କାହାଣୀ ଦେଖିପାରିବେ ଦର୍ଶକ  ।ୱେବ ସିରିଜ୍‌ର ସୁଟିଂ ଗୁଜୁରାଟ, ସିଦ୍ଧ୍‌ପୁର ଏବଂ ବଦ୍‌ନଗରରେ ହୋଇଥିବା ବେଳେ  କାହାଣୀ  ସେନ୍ସର ବୋର୍ଡର ସଦସ୍ୟ ମିହିର୍‌ ଭୁଟା ଏବଂ ରାଧିକା ଆନନ୍ଦ ଲେଖିଛନ୍ତି ଓ  ଏହାର ନିର୍ଦ୍ଦେଶନା ଦେଇଛନ୍ତି ଉମେଶ ଶୁକ୍ଲା ।

ଅଭିନେତା ଆଶିଷ ଶର୍ମା ମୋଦିଙ୍କ ଯୁବକ ସମୟର ଦୃଶ୍ୟରେ ନଜର ଆସୁଥିବା ବେଳେ ଦିଗ୍ଗଜ ଅଭିନେତା ମହେଶ ଠାକୁର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବା ପରର ଦୃଶ୍ୟରେ ନଜର ଆସିବେ ବୋଲି ଜଣା ପଡ଼ିଛି ।