ଜାପାନରେ ଯାଦୁ ଦେଖାଇବ ଫିଲ୍ମ “ଗଲି ବୟ’’

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଫିଲ୍ମ ମେକର ଜୋୟା ଅଖତରଙ୍କ ଫିଲ୍ମ “ଗଲି ବୟ’’ର ପ୍ରିମିୟର ବର୍ଲିନ ଫିଲ୍ମ ଫେଷ୍ଟିଭାଲରେ ହୋଇଥିବା ବେଳେ ମେଲବର୍ଣ୍ଣର ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ସର୍ବଶ୍ରେଷ୍ଠ ଫିଲ୍ମ ଭାବେ ସମ୍ମାନୀତ ହୋଇଛି । ଏବେ ଏହି ଫିଲ୍ମକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ଫିଲ୍ମ ଗଲି ବୟ ଅକ୍ଟୋବରରେ ଜାପାନରେ ରିଲିଜ ହେବାକୁ ଯାଉଛି ।
ଏହାକୁ ନେଇ ଅଭିନେତା ରଣବୀର ସିଂ କହିଛନ୍ତି ଫିଲ୍ମ ଜାପାନର ରିଲିଜ ହେବାକୁ ଯାଉଛି ।ଏହାକୁ ନେଇ ମୁଁ ଖୁବ ଖୁସି ଏବଂ ଗୌରବ ଅନୁଭବ କରୁଛି । ମୁଁ କେବେ ଜାପାନ ଯାଇ ନାହିଁ କିନ୍ତୁ ଏହି ଦେଶ ବିଷୟରେ ଅନେକ କିଛି ଭଲ କଥା ଜାଣିଛି , ଦେଖିଛି ଏବଂ ଶୁଣିଛି ।
କଖିହଖୁଛି ଯେ ଫିଲ୍ମରେ ରଣବୀର ସିଂଙ୍କ ବିପକ୍ଷରେ ଆଲିଆ ଭଟ୍ଟ ନଜର ଆସିଥିଲେ । ଫିଲ୍ମ ବକ୍ସ ଅଫିସରେ ସଫଳ ମଧ୍ୟ ହୋଇଥିଲା । ତେବେ ଜାପାନବାସୀ ମଧ୍ୟ ଫିଲ୍ମକୁ ଖୁବ ପସନ୍ଦ କରିବେ ବୋଲି ଆଶା କରାଯାଉଛି ।