ଭଦ୍ରକ : ବିଦ୍ୟୁତ ତାର ନେଲା ଚାଷୀଙ୍କ ଜୀବନ । ଚାନ୍ଦବାଲିରେ ୧୧ କେବି ବିଦ୍ୟୁତ ତାର ଲାଗି ଚାଷୀଙ୍କ ଜୀବନ ଯାଇଛି । ମୃତକ ହେଉଛନ୍ତି କୁଞ୍ଜକାଳୀକା ଗାଁର କାଳିକା ଦାସ । ବିଲରେ କାମ କରୁଥିବା ସମୟରେ ବିଦ୍ୟୁତ ତାର ଲାଗି ତାଙ୍କର ମୃତ୍ୟୁ ହୋଇଛି । ପ୍ରମୋଦଙ୍କ ଶରୀର ବିଦ୍ୟୁତ ତାର ୮୫ ପ୍ରତିଶତ ଜଳିଯାଇଛି । ଅନ୍ୟ ଜଣେ ଚାଷୀ ମୃତଦେହ ଦେଖିବା ପରେ ବିଦ୍ୟୁତ ବିଭାଗକୁ ଖବର ଦେଇଥିଲେ । ପରେ ଚାଷୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିବା ବେଳେ ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ବିଦ୍ୟୁତ ବିଭାଗ କାଯ୍ୟାଳୟ ଆଗରେ ମୃତଦେହ ରଖି ଧାରଣା ଦେଇଛନ୍ତି ଅଞ୍ଚଳବାସୀ ।