ପିଏମ୍ କିଷାନ ଯୋଜନାରେ ଚାଷୀଙ୍କୁ ମିଳିଲା ଟଙ୍କା

ଭୁବନେଶ୍ୱର; ପିଏମ୍ କିଷାନ ଯୋଜନାରେ ଚାଷୀଙ୍କୁ ମିଳିଲା ଟଙ୍କା । ମହାରାଷ୍ଟ୍ରରୁ ୧୮ତମ କିସ୍ତିର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡିବିଟି ମାଧ୍ୟମରେ ପ୍ରାୟ ୯ କୋଟି ୫୦ ଲକ୍ଷ ଚାଷୀଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ୨୦୦୦ ଟଙ୍କା ଲେଖାଏଁ ଟ୍ରାନ୍ସଫର ହୋଇଛି । ତେବେ ଏଥିପାଇଁ ମହାରାଷ୍ଟ୍ର ୱାସିମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଞ୍ଚ ଉପରୁ ପିଏମ୍ କିଷାନ ଯୋଜନାର ଚାଷୀଙ୍କ ଖାତାକୁ ଟଙ୍କା ଡିବିଟି କରିଛନ୍ତି । ଯୋଗ୍ୟ ଚାଷୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ୯ କୋଟି ୫୦ ଲକ୍ଷ ଚାଷୀଙ୍କୁ ୨୦ ହଜାର କୋଟି ଟଙ୍କା ପ୍ରତ୍ୟକ୍ଷ ଭାବେ ଟ୍ରାନ୍ସଫର କରାଯାଇଛି । ଏହା ପୂର୍ବରୁ ଜୁନ୍ ୧୮ ତାରିଖରେ ଚାଷୀଙ୍କ ଖାତାକୁ ୧୭ତମ କିସ୍ତି ମିଳିଥିଲା । ଚାଷୀଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ରୋଜଗାରକୁ ଦୁଇ କରିବାଲାଗି ୨୦୧୯ ମସିହା ଫେବ୍ରୁଆରୀ ମାସରୁ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା । ପିଏମ୍ କିଷାନ ଯୋଜନାରେ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ପ୍ରଦାନ କରାଯାଉଛି । ଏହି ଟଙ୍କା ତିନୋଟି କିସ୍ତି ମାଧ୍ୟମରେ ଚାଷୀଙ୍କୁ ମିଳୁଛି । ପୂର୍ବରୁ ଜୁନ ୧୮ ତାରିଖରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଥିଲା।ପିଏମ-କିଷାନ ଯୋଜନାରେ କୃଷକମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରାଯାଏ। ପେବୃଆରୀ ୨୦୧୯ରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଏହି ଯୋଜନା ଅଧୀନରେ ଡିବିଟି ଜରିଆରେ ଚାଷୀଙ୍କ ଆଧାର ସହ ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟକୁ ୩ଟି କିସ୍ତିରେ ୬ହଜାର ଟଙ୍କା ପ୍ରଦାନ କରାଯାଏ।