ଧାନ ଚାଷ ପରେ ଏବେ କପା ଚାଷୀଙ୍କ ମୁଣ୍ଡରେ ପଡିଛି ଚଡ଼କ

(ରାୟଗଡ଼ା / ମନୋଜ ସାହୁ ): ଧାନ ଚାଷ ପରେ ଏବେ କପା ଚାଷୀଙ୍କ ମୁଣ୍ଡରେ ପଡିଛି ଚଡ଼କ। ଆଜିକୁ ପାଞ୍ଚଦିନ ହେବ ଅଞ୍ଚଳର ଶତାଧିକ ସଂଖ୍ୟାରେ କପାଗାଡି ରାୟଗଡା RMC ପରିସରରେ ପଡି ରହିଥିଲେ ମଧ୍ୟ CCI ପକ୍ଷରୁ ଗୋଦାମର ଅଭାବ ଦର୍ଶାଇ ଚାଷୀଙ୍କ ଠାରୁ କିଣି ପାରୁନାହିଁ କପା।
ଅପର ପକ୍ଷେ RMC ରେ ମଧ୍ୟ ଗୋଦାମ ର ସୁବିଧା ନ ଥିବାରୁ ଖୋଲାମେଲା ରେ ପଡି ରହିଛି ଲକ୍ଷ ଲକ୍ଷ ଟଙ୍କାର କପା। ଉଭୟ RMC ଓ CCI ର ସମନ୍ୱୟ ର ଅଭାବ ଯୋଗୁଁ ଆଜି ଚାଷୀ ମାନେ CCIଅଫିସ ଯାଇ ପାଟିତୁଣ୍ଡ କରିଥିଲେ।
ରାୟଗଡା ଜିଲ୍ଲା ରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କାର କପା ଚାଷ ହେଉଥିଲେ ମଧ୍ୟ ଚଳିତ ବର୍ଷ CCI ପକ୍ଷରୁ ସିଧା ସଳଖ ଚାଷୀଙ୍କ ଠାରୁ କପା କିଣିବାର ବ୍ୟବସ୍ଥା କରିଥିଲେ । ହେଲେ ମଧ୍ୟ RMC ପକ୍ଷରୁ ଗଚ୍ଛିତ ଗୋଦାମର ଅଭାବ ଯୋଗୁଁ ଲକ୍ଷ ଲକ୍ଷ ଟଙ୍କା ର କପା ଖୋଲା ଆକାଶ ତଳେ ରହିଥିବାରୁ ଏହାକୁ ନେଇ ଚିନ୍ତାରେ ରହିଛନ୍ତି ଚାଷୀ।