ପଲିଥିନ ତଳେ ନରେନ୍ଦ୍ରଙ୍କ ପରିବାର

(ଉଦଳା / ଦୀପକ ମିଶ୍ର ): ମୟୁରଭଞ୍ଜ ଜିଲ୍ଳା ଉଦଳା ରାଇଦାଣ୍ଡିଆ ଗ୍ରାମର ନରେନ୍ଦ୍ର ଦେହୁରୀ । ୯ ଜଣ ପରିବାର ଲୋକଙ୍କୁ ନେଇ ପାରିବାରକ ଜୀବନ ବିତାଉଛନ୍ତି ନରେନ୍ଦ୍ର । ଘରେ କହିଲେ ପଲିଥିନ ଝୁପୁରୀଟିଏ । ଖରା ବର୍ଷା ଶୀତ କାକର ସବୁଥିରେ ସେହି ପଲିଥିନ ହିଁ ଭରସା । ଫନିରେ ଘର ଭାଙ୍ଗିଯିବା ପରେ ଉଦଳା ତହସିଲଦାର ପକ୍ଷରୁ ପଲିଥିନ ଗୋଟିଏ ଦେଇଥିଲେ । ସେହି ପଲିଥିନରେ ଝୁପୁରି ବନାଇ ୯ ସଦସ୍ୟଙ୍କୁ ନେଇ ନରେନ୍ଦ୍ର ରହୁଛନ୍ତି । ପର ଘରେ କାମ କଲେ ଚୁଲି ଜଳେ । ତେବେ ନିଜର ଅବସ୍ଥାନ ସମ୍ପର୍କରେ ସ୍ଥାନୀୟ ଉପଜିଲ୍ଲାପାଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ । ଉପଜିଲ୍ଳାପାଳ ଘଟଣାକୁ ତଦାରଖ କରି ନରେନ୍ଦ୍ର ପାଇଁ ସରକାରୀ ଯୋଜନା ସୁବିଧା କରାଇବାକୁ ଆଦେଶ ଦେଇଥିଲେ । ତେବେ ବର୍ତ୍ତମାନ ସୁଧା ଅବସ୍ଥାରେ ସୁଧାର ଆସିନଥିବାର ନଜରକୁ ଆସିଛି ।
ନା ଅଛି ପିନ୍ଧିବାକୁ ଭଲ ଲୁଗା ନା ଅଛି ଶୀତ ବସ୍ତ୍ର । ଜାଡ଼ କାକରରେ କାଠ ବାଜି ଶୀତରୁ ରକ୍ଷା ପାଇଥାନ୍ତି । ନରେନ୍ଦ୍ରଙ୍କ ଏ ଭଳି ଦୃଶ୍ୟ କେବେଳ ଜଣେ ଦର୍ଶକ ହିଁ ଅନୁଭବ କରିପାରିବ । ସରକାରୀ ଯୋଜନାରୁ ଅପହଞ୍ଚ ହୋଇ ରହିଥିବା ନରେନ୍ଦ୍ରଙ୍କ ଦୟନୀୟ ଅବସ୍ଥାର ପ୍ରଶାସନର ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।
ଏ ବାବଦରେ ଉଦଳା ବ୍ଲକ ଗୋଷ୍ଠୀ ଅଧିକାରୀ କହିଛନ୍ତି ଯେ , ପୂର୍ବରୁ ନରେନ୍ଦ୍ରଙ୍କ ବିଷୟରେ ସୂଚନା ନଥିଲା । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରଙ୍କ ଦ୍ୱାରା ତଦନ୍ତ କରାଯାଇ ସରକାରୀ ନିୟମ ଭିତରେ ସାହାର୍ଯ୍ୟ କରାଯିବାର ପ୍ରତିଶ୍ରୁତି ଦେଇଛନ୍ତି ।
ନରେନ୍ଦ୍ର ପାଇଁ ପ୍ରଶାସନର କେବେ ଯେ ଦୃଷ୍ଟି ପଡ଼ିବ ଓ ତାର ଅବସ୍ଥା ସୁଧୁରିବ ତାହା ଏବେ ଦେଖିବାକୁ ବାକି ରହିଲା ।