ବ୍ୟୁରୋ : ମେଡ଼ିସିନ ଖାଉଥିଲେ ହୋଇଯାଆନ୍ତୁ ସାବଧାନ । ରୋଗୀ ଙ୍କ ବିଶ୍ୱାସରେ ବିଷ ଦେଉଛନ୍ତି କିଛି ଅସାମାଜିକ ବ୍ୟକ୍ତି । ମାର୍କେଟରେ ବୁଲୁଛି ପୁଳା ପୁଳା ନକଲି ମେଡ଼ିସିନ । ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଛି ନକଲି ମେଡ଼ିସିନ । ମାର୍କେଟରେ ଜିଙ୍ଗ ସଲଫେଟ, ସୋଡିୟମ ଲାକଟେଟ, ହେପ୍ରେନ ସୋଡିୟମ ଇଂଜେକସନ ନିମ୍ନ ମାନର ବୋଲି ଧରା ପଡ଼ିଛି ।
ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, କଲିକତା, ହାଇଦ୍ରାବାଦ ଏହି ସବୁ ସ୍ଥାନରୁ ଓଡିଶା କୁ ଆସୁଥିଲା ନକଲି ମେଡ଼ିସିନ । ତିନି ବର୍ଷରେ ୧୦୩ ଟି ମେଡ଼ିସିନ ନିମ୍ନ ମାନର ଥିବା ଧରା ପଡ଼ିଛି । ୪ ସପ୍ଲାୟରଙ୍କ ସମେତ ସେହି କମ୍ପାନୀକୁ କଳା ତାଲିକା ଭୁକ୍ତ କରାଯାଇଛି । ୨୦୨୨-୨୩ ରେ ୪୫ ଟି ମେଡ଼ିସିନକୁ ନିମ୍ନ ମାନର ଘୋଷଣା କରାଯାଇଛି । ସେହିପରି ୨୦୨୩-୨୪ ରେ ୩୨ ଟି, ୨୦୨୪-୨୫ ରେ ୨୬ ଟି ମେଡ଼ିସିନ ନିମ୍ନ ମାନର ଥିବା ଧରା ପଡ଼ିଛି । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।