ଇଂରାଜୀ ଅଧ୍ୟାପିକାଙ୍କ କାରନାମା

କଲେଜର ଅଧ୍ୟାପକଙ୍କ ଆଖିରେ ଅନ୍ଧପୁଟୁଳି ଦେଇ ଦୀର୍ଘ ୧୧ବର୍ଷ ଚାକିରି କରିଥିଲେ ଜଣେ ଶିକ୍ଷୟତ୍ରୀ । ଏହି ଶିକ୍ଷୟତ୍ରୀ ଜଣକ ହେଉଛନ୍ତି ଅଭିପ୍ସା ପଟ୍ଟନାୟକ । ଇଂରାଜୀ ବିଭାଗରେ ସେ ଥିଲେ ଅଧ୍ୟାପିକା । ଅଧ୍ୟାପିକା ଜଣକ କଲେଜ କର୍ତ୍ତୃପକ୍ଷଙ୍କୁ ୧୧ବର୍ଷ ଧରି ଠକିଚାଲିଥିବା ବେଳେ ଉଚ୍ଚଶିକ୍ଷା ବିଭାଗର ତଦନ୍ତ ପରେ ତାଙ୍କର କାରନାମା ପଦାରେ ପଡ଼ି ହାଟରେ ଗଡ଼ିଥିଲା । ଅଧ୍ୟାପିକା ଜଣକ ଫେକ ସାର୍ଟିଫୁକେଟ ଦେଇ ପିଲାଙ୍କୁ ପାଠ ପଢ଼ାଉଥିବା ଖବର ସାମ୍ନାକୁ ଆସିଥିଲା ।

ସୂଚନାଥାଉ କି, ଅଭିପ୍ସା ପଟ୍ଟନାୟକ ଖୁଣ୍ଟା ଡିଗ୍ରୀ କଲେଜରେ ଇଂରାଜୀ ଅଧ୍ୟାପିକା ଥିଲେ । ଶ୍ରୀମତି ପଟ୍ଟନାୟକ ପିଜି ମାର୍କସିଟରେ ଜାଲିଆତି କରି ଚାକିରି କରୁଥିଲେ । ଏହି ଘଟଣାର ଉଚ୍ଚଶିକ୍ଷା ଅଧିକାରୀ ତଦନ୍ତ କରିବା ପରେ ସାମ୍ନାକୁ ଆସିଥିଲା । ଏହାକୁ ନେଇ ଉଚ୍ଚଶିକ୍ଷା ବିଭାଗର ଆସିଷ୍ଟାଣ୍ଡ ଡାଇରେକ୍ଟର ଅଶୋକ କୁମାର ନାୟକ, କପ୍ତିପଦା ଉପଖଣ୍ଡ ଉପଜିଲ୍ଲାପାଳ ତଥା ଖୁଂଟା ଡିଗ୍ରୀ କଲେଜ ପରିଚାଳନା କମିଟିର ସଭାପତିଙ୍କୁ ସଂପୃକ୍ତ ଅଧ୍ୟାପିକାଙ୍କୁ ଚାକିରୀରୁ ବହିଷ୍କାର କରିବାକୁ ନିର୍ଦ୍ଦେଶ ଦେଇଛି । ଏହା ସହିତ ସଂପୃକ୍ତ ଅଧ୍ୟାପିକାଙ୍କ ବିରୋଧରେ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛି ବିଭାଗ । କିନ୍ତୁ ଉଚ୍ଚ ଶିକ୍ଷା ବିଭାଗର ତଦନ୍ତରେ ତାଙ୍କର ଜାଲିଆତି ଜଣାପଡିବା ପରେ ଅଧ୍ୟାପିକା ଅଭିପସା ନିଜ ଆଡୁ ଚାକିରୀରୁ ଇସ୍ତଫା ଦେଇ ସାରିଥିବା ଜଣାଯାଇଛି ।