ସରକାର ଗଠନ ଲାଗି ଫଡନାବିଶଙ୍କ ଉଦ୍ୟମ

ଏକନାଥ ଉପମୁଖ୍ୟମନ୍ତ୍ରୀ ନୂଆ କ୍ୟାବିନେଟରେ ରହିବେ ୪୦ ବିଧାୟକ

ମୁମ୍ବାଇ: ମହାରାଷ୍ଟ୍ରରେ ନୂଆ ସରକାର ଗଠନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ବିଜେପି ନେତା ଦେବେନ୍ଦ୍ର ଫଡନାବିଶ ନୂଆ ସରକାର ଗଠନ ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି। ବିଦ୍ରୋହୀ ବିଧାୟକ ଏକନାଥ ସିନେ୍ଧ ୪୯ ବିଧାୟକଙ୍କ ସମର୍ଥନ ପତ୍ର ଧରି ମୁମ୍ବାଇ ଫେରୁଛନ୍ତି। ରାଜ୍ୟପାଳ ଭଗତ ସିଂ କେଶରୀଙ୍କୁ ଭେଟି ସମର୍ଥନ ପତ୍ର ପ୍ରଦାନ କକିବେ। ଏହାଛଡା ଶ୍ରୀ ଫଡନବିଶ ମଧ୍ୟ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଲାଗି ନିବେଦନ କରିବେ। ଏହାଛଡା ଗୁରୁବାର ଅପରାହ୍ନରେ ଶ୍ରୀ ଫଡନାବିଶ ଓ ଶ୍ରୀ ସିନେ୍ଧ ରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଖବର ଅନୁସାରେ ଶ୍ରୀ ଫଡନାବିଶ ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୧ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି। ତାଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ଭାବେ ବିଧାୟକ ଏକନାଥ ସିନେ୍ଧ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ଏଥି ପୂର୍ବରୁ ଶ୍ରୀ ଫଡନାବିଶଙ୍କ ବାସଭବନରେ ରାଜ୍ୟ ବିଜେପିର କୋର କମିଟିର ବୈଠକ ବସିବ। ତେବେ ଶ୍ରୀ ଫଡନାବିଶ ୪୦ ଜଣିଆ ମନ୍ତ୍ରୀ ମଣ୍ଡଲର ତାଲିକା ପ୍ରସ୍ତୁତ କରିଛନ୍ତି। ଏଥିରେ ବିଜେପିର ୨୯ ଜଣ ବିଧାୟକ ରହିଛନ୍ତି। ସେହିପରି ଏକନାଥ ସିନେ୍ଧଙ୍କ ଗପ୍ରୁ ୧୩ ଜଣଙ୍କ ନାମ ରହିଛି। ୮ ଜଣଙ୍କୁ କ୍ୟାବିନେଟ ଓ ୫ ଜଣଙ୍କୁ ରାଷ୍ଟ୍ରପାହ୍ୟା ମନ୍ତ୍ରୀ କରାଯିବ। ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଶପଥ ନେଇସାରିବା ପରେ ବାଚସ୍ପତି ନିର୍ବାଚନ କରାଯିବ।