(ହରପ୍ରସାଦ ବିଷୋଇ)ଭୁବନେଶ୍ୱର: ରାଜ୍ୟରେ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ଅଗଷ୍ଟ ୬ ତାରିଖରୁ ଆରମ୍ଭ ହୋଇଥିଲା । ତେବେ ପୁଣି ବଢିଲା ଚାଷୀ ପଞ୍ଜିକରଣ ଅବଧି । ଖରିଫ ଋତୁରେ ଅଧିକ ଧାନ ସଂଗ୍ରହ ଲାଗି ଚାଷୀଙ୍କ ପଞ୍ଜିକରଣ ସମୟସୀମା ୭ଦିନ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପୂର୍ବ ନିର୍ଦ୍ଦାରିତ ତାରିଖ ଅନୁସାରେ ପଞ୍ଜୀକରଣର ଶେଷଦିନ ଆଜି ଥିବା ବେଳେ ଏବେ ଏହାକୁ ସେପ୍ଟମ୍ବର ୧୭ ଯାଏଁ ଘୁଞ୍ଚାଇ ଦିଆଯାଇଛି । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି।ତେବେ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ଚାଷୀ ପଞ୍ଜିକରଣ କରିଥିବା ଜଣାପଡିଛି । ଆହୁରି ବହୁ ସଂଖ୍ୟକ ଚାଷୀ ଏଯାବତ୍ ପଞ୍ଜିକରଣ କରି ପାରି ନ ଥିବାରୁ ସରକାର ଏହି ସମୟସୀମା ବୃଦ୍ଧି କରିଛନ୍ତି।