ପୂର୍ବତନ ମୁଖ୍ୟମନ୍ତ୍ରୀ ଏମସରେ ଭର୍ତି

ମନ୍ତ୍ରୀ ଗିରିଧର ଗମାଙ୍ଗଙ୍କୁ ପୁଣି ଏମ୍‌ସରେ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟ ଅବସ୍ଥା ହଠାତ ଗୁରୁତର ହେବାରୁ ଦ୍ଵିତୀୟ ଥର ପାଇଁ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଛି। କରୋନା ପଜିଟିଭ ହୋଇଥିବାରୁ ପ୍ରଥମେ ତାଙ୍କୁ ଏପ୍ରିଲ ୩୦ରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା। ମେ’ ୮ରେ ସେ ଡାକ୍ତରଖାନାରୂ ଡିସଚାର୍ଜ ହୋଇଥିଲେ।

ହେଲେ ଘରକୁ ଫେରିବା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍ ଗୁରୁତର ହୋଇଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି।