ଗୋପ(ଜୟନ୍ତ କୁମାର ସେଠି ):ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କୁ ନେଇ ଏନ୍ ଏମ ଏ ପକ୍ଷରୁ ଏନ୍ ଓ ସି ମିଳିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଜୋରଦାର କରାଯାଇଛି। ଗଣ୍ଡୁଆ ଚଉରା ଛରେ ଥିବା କପାଳ ଲୋଚନ ମନ୍ଦିରର କିଛି ଦୋକାନ ଗୃହ ଉଛେଦ କରାଯାଇଛି।ଉପ ଜିଲ୍ଲାପାଳ ଭବ ତରଣ ସାହୁଙ୍କ ଉପସ୍ଥିତିରେ ଏହି ଉଛେଦ କରଯାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ୯୫ ପ୍ରତିଶତ ଜମି ଅଧିଗ୍ରହଣ ଶେଷ ହୋଇଛି। ଅବଶିଷ୍ଟ ଜମି ପର୍ଯ୍ୟାୟ କ୍ରମେ ଅଧିଗ୍ରହଣ ହେବ। ସେହିପରି ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ଲୋକନାଥ ରୋଡ ଓ ବାଲି ସାହୀ ରାସ୍ତା ର ସମ୍ପ୍ରସାରଣ ପାଇଁ ଆଗାମୀ ଦିନରେ ଉଛେଦ କାର୍ଯ୍ୟ ଆରମ୍ଭ ହେବ।