ଭୁବନେଶ୍ୱର : ଅନଲାଇନ୍ ଗେମ ମାଧ୍ୟମରେ ୧୦୦୦ କୋଟି ଟଙ୍କା ର ମହା ଠକେଇ କରିଥିବା ମାଷ୍ଟର ମାଇଣ୍ଡ ନାମରେ ଲୁକ୍ ଆଉଟ ସର୍କଲାର ଜାରି । ଦୁବାଇ ରେ ରହି ଅପରେଟ କରୁଥିବା ଅଭିଯୁକ୍ତ ନାମରେ ଲୁକ୍ ଆଉଟ ସର୍କଲାର ଜାରି କଲା EOW। ବ୍ୟୁରୋ ଅଫ ଇମିଗ୍ରେସନ ସହାୟତାରେ ଏମଡି ସେଫ୍ ନାମରେ ଏହି ସର୍କୁଲାର ଜାରି ହୋଇଛି। ଦିଲ୍ଲୀରେ ରୁହନ୍ତି ବିହାରରେ ଘର କିନ୍ତୁ ଦୁବାଇରୁ ଅପରେଟ କରନ୍ତି। ଓଡିଶାରୁ ୮ ଶହ ଭାରତରୁ ଦେଢ ଲକ୍ଷ ଲୋକଙ୍କୁ ନିଜ ଜାଲରେ ପକାଇଛନ୍ତି। ୧୮ ଫୁଟବଲ, ସିଓଏମ ଗେମଗିଂ ଆପ୍ ମାଧ୍ୟମରେ ମୋଟା ଅଙ୍କର ଟଙ୍କା ରୋଜଗାର କରିବାର ପ୍ରଲୋଭନ ଦେଖାଇ ଚାଲିଥିଲା ଲୁଟ। ଯେଉଁଥିରେ ବିନି ଯୋଗକରି ଙ୍କୁ ଲୋଭନୀୟ ଅଫର ଦିଆଯାଉଥିଲା, ଏପରିକି ପ୍ରତିଦିନ ୩% ରୁ ଉର୍ଦ୍ଧ ରିଟର୍ଣ୍ଣ ପାଇବାର ଲୋଭ ଦିଆଯାଉଥିଲା। ଏଥିପାଇଁ ୧୮ ଫୁଟବଲ.କମ ରେ ଏକ ଆକାଉଣ୍ଟ ଖୋଲିବାକୁ ପଡୁଥିଲା। ଯାହାକି କାହା ଦ୍ଵାରା ରେଫରାଲ କିମ୍ବା ସିଧା ସଳଖ APP ମାଧ୍ୟମରେ ଆକାଉଣ୍ଟ୍ ଖୋଲିବାକୁ କୁହଯାଉଥିଲା। ଖେଳ ଜାଣି ନଥିଲେ ବିଦେଶୀ ଗାଇଡ୍ ଯୋଗାଇ ଦିଆଯାଉଥିଲା। ଲୋକଙ୍କ ବିଶ୍ବାସ ଜିତିବା ପାଇଁ କିଛିଦିନ ଟଙ୍କା ଫେରସ୍ତ କରିଥିଲେ। ଅଧିକ ଟଙ୍କା ବିନିଯୋଗ ପରେ ଟଙ୍କା ନେଇ ଫୁର୍ ହେଇଯାଉ ଥିଲେ। ଠକେଇ ଟଙ୍କା କୁ ଜାଲି କମ୍ପାନୀ ନାମରେ ହଡପ କରୁଥିଲେ। ଏହା ପୂର୍ବରୁ ୨ ଜଣ ଗିରଫ ହେଇଥିଲେ। ଏହା ମାଧ୍ୟମରେ ୧୦୦୦ କୋଟି ରୁ ଉର୍ଦ୍ଧ ଟଙ୍କାର ଠକେଇ କରିଛନ୍ତି। ଏଯାବତ୍ ୩୦୦ କୋଟି ଟଙ୍କା ନେଣଦେଣ ର EOW ଟେର ପାଇଚି। ମାଷ୍ଟର ମାଇଣ୍ଡ ଲୁଚିଯିବାର ସନ୍ଦେହରେ ଲୁଟ ଆଉଟ ସର୍କୁଲାର ଜାରି ହୋଇଛି। ସମ୍ପୃକ୍ତ ବ୍ୟକ୍ତି ନାମରେ ତଥ୍ୟ ଦେବା ବ୍ୟକ୍ତିଙ୍କୁ ପୁରସ୍କୃତ କରିବାକୁ EOW ଘୋଷଣା କରିଛି।