ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ଗତକାଲି ରାତିରେ କଟକ ସହରରେ ପୋଲିସ ଏନକାଉଣ୍ଟରରେ ବୁଦ୍ଧିଆ ଦାସ ନାମକ ଜଣେ ଦୁର୍ଦ୍ଦନ୍ତ ଅପରାଧି ଆହତ । କାଲି ରାତିରେ କଟକର ମର୍କତ ନଗରର ସେକ୍ଟର୍ ୧୩ ଅଞ୍ଚଳରେ ଏନ୍କାଉଣ୍ଟର୍ ହୋଇଛି । ବୁଦ୍ଧିଆ ନାଁରେ ବିଭିନ୍ନ ଥାନାରେ ଅନ୍ୟୂନ ୩୦ ଭିନ୍ନ ଭିନ୍ନ ମାମଲା ରହିଥିବା ବେଳେ ସେ ଗ୍ୟାଙ୍ଗ୍ଷ୍ଟର୍ ଟିଟୋର ସହଯୋଗୀ ବୋଲି ପୋଲିସ କହିଛି । କୌଣସି କମିସନରେଟ ପୋଲିସ ଖବର ପାଇ ଉକ୍ତ ସ୍ଥାନରେ ଚଢଉ କରିଥିଲା । ପୋଲିସକୁ ଦେଖି ବୁଦ୍ଧିଆ ଖସି ଯିବାକୁ ଚେଷ୍ଟା କରିବାରୁ ବାଧ୍ୟ ହୋଇ ଗୁଳି ଚାଳନା କରିଥିଲେ । ଗୁଳି ବୁଦ୍ଧିଆର ଡାହାଣ ଗୋଡ଼ରେ ଲାଗିବାରୁ ସେ ଆହତ ହୋଇଛି । ଚିକିତ୍ସା ନିମନ୍ତେ ତାକୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଛି । । ବୁଦ୍ଧିଆ ପାଖରୁ ପୋଲିସ ଗୋଟିଏ ପିସ୍ତଲ ଏବଂ ଦୁଇ ରାଉଣ୍ଡ୍ ଗୁଳି ଜବତ କରିଛି।