ସୁଖ୍ୟାତ କବି ଓ କଥାକାର ଦେବଦାସ ଛୋଟରାୟ ପାଇବେ ଶାରଳା ପୁରସ୍କାର

ଭୁବନେଶ୍ଵର: ସୁଖ୍ୟାତ କବି ଓ କଥାକାର ଦେବଦାସ ଛୋଟରାୟ ପାଇବେ ଶାରଳା ପୁରସ୍କାର । ଗଳ୍ପ ସଂକଳନ ‘ମ୍ୟାଟିନି ସୋ’ ପାଇଁ ପାଇବେ ସମ୍ମାନଜନକ ଶାରଳା ପୁରସ୍କାର । ଅକ୍ଟୋବର ୨୬ ତାରିଖରେ ସାରସ୍ବତ ସମାବେଶରେ ସମ୍ମାନିତ ହେବେ । ସମ୍ମାନପତ୍ର, ଫଳକ ସହ ୭ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ । ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତିବର୍ଷ ଇମ୍ପାକ୍ଟ ପକ୍ଷରୁ ଶାରଳା ପୁରସ୍କାର ଦିଆଯାଉଛି । ୨ ବିଶିଷ୍ଟ ବ୍ୟକ୍ତି ପାଇବେ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ । ଚିତ୍ରଶିଳ୍ପୀ ବଳଦେବ ମହାରଥା, ସଙ୍ଗୀତଗୁରୁ ରାମହରି ଦାସ ପାଇବେ । ପୁରସ୍କାର ବାବଦକୁ ଉଭୟଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ମିଳିବ ।

୨୫ ନଭେମ୍ବର ୧୯୪୬ରେ ଜନ୍ମିତ ଏହି ୭୮ ବର୍ଷୀୟ ଲେଖକ ଲାଲମାଛ, ରମାକୁ ମାରିବାର ପାଞ୍ଚଟି ଉପାୟ (ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ), ମ୍ୟାଟିନି ସୋ ଆଦି ଗଳ୍ପ ସଂକଳନ ସହିତ ଚୁମ୍ବନ, ବଡ଼ଘରର ଦାସୀ ଆଦି ଉପନ୍ୟାସର ସଫଳ କଥାକାର କେବଳ ନୁହନ୍ତି, ନୀଳ ସରସ୍ୱତୀ, ଦେଖିଛି ଦେଖିନି, ମଲ୍ଲିକା ଆଦି ଅନେକ ପାଠକପ୍ରିୟ କବିତା ସଂକଳନର ବି ସ୍ରଷ୍ଟା। ପତ୍ରିକାରେ ଧାରାବାହିକ ଭାବେ ପ୍ରକାଶ ପାଇଆସୁଥିବା ତାଙ୍କର ଆତ୍ମଜୀବନୀ ନିଃସନ୍ଦେହରେ ଅର୍ଦ୍ଧଶତାବ୍ଦୀର ଓଡ଼ିଆପଣର ଏକ ବଢ଼ିଆ ଉଦାହରଣ ।