(ମମତା ସାମଲ)ରିପୋର୍ଟସଟୁଡେ: ପୁଣି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ରେଞ୍ଜରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ହାତୀପଲ ନିକଟସ୍ଥ ଗ୍ରାମ ମଧ୍ୟରେ ପଶିବା ସହ ବହୁ ଘରଦ୍ୱାର ଭଙ୍ଗାରୁଜା କରିଛନ୍ତି ।
ଗତ ୩ଦିନ ହେଲା କରଞ୍ଜିଆ ରେଞ୍ଜରେ ହାତୀପଲଙ୍କ ଚଳପ୍ରଚଳ ବୃଦ୍ଧି ପାଇଥିଲା । ବନ ବିଭାଗ ପକ୍ଷରୁ ହାତୀଙ୍କୁ ଘଉଡାଇବା ପାଇଁ ବିଭିନ୍ନ ପ୍ରୟାସ ଜାରି ରହିଥିଲା । କିନ୍ତୁ ଗତକାଲି ରାତିରେ ୨୩ଜଣିଆ ହାତୀପଲ ଶୁକୁଳି ବ୍ଲକ ଅନ୍ତର୍ଗତ ଜେଠମା ଗ୍ରାମରେ ପଶି ଆତଙ୍କ ଖେଳାଇଛନ୍ତି । ସେମାନେ ୧୧ଟି ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ଫଳରେ ଗ୍ରାମରେ କୋକୁଆ ଭୟ ସୃଷ୍ଟି ହୋଇଛି । ହାତୀପଲଙ୍କୁ ଘଉଡାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।