(ଖଗେଶ୍ୱର ପିଙ୍ଗୁଆ/ ପାଲଲହଡା): ସହ୍ୟ କରିବାର ସୀମା ଟପିଲାଣି ଜଙ୍ଗଲୀ ହାତୀଙ୍କ ଦୋରାତ୍ମ୍ୟ । ରବିଫସଲ ଠାରୁ ଆରମ୍ଭ କରି ଧାନଚାଷ ପର୍ୟ୍ୟନ୍ତ ସବୁ କିଛି ନଷ୍ଟ କରୁଛନ୍ତି ଜଙ୍ଗଲୀ ହାତୀ । ଏକର ଏକର ଧାନଫସଲ ଉଜାଡି ଦେଇଛନ୍ତି, ଯାହା ଫଳରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ କୁଳ । କିନ୍ତୁ ସବୁ ଦେଖି ହାତଵାନ୍ଧି ବସିଛନ୍ତି ଵନଵିଭାଗ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାଲଲହଡା ଵ୍ଲକ ଶଙ୍ଖମୁର ପଞ୍ଚାୟତର ଝାରକିଲିଣ୍ଡା ଗ୍ରାମରେ । ଵନ କର୍ମଚାରୀଙ୍କ ଦାୟିତ୍ୱହୀନତା ଓ ଖାମଖିଆଲି ମନୋଭାବ ପାଇଁ ପ୍ରତିବର୍ଷ କ୍ଷତି ସହୁଛନ୍ତି ଚାଷୀ । ଆଉ ଏହା ବଦଳରେ କ୍ଷତିପୂରଣ ଵାବଦକୁ ଯାହା ମିଳୁଛି ତାହା ସମୁଦ୍ରକୁ ଶଙ୍ଖେ । ତେଣୁ ଵନଵିଭାଗ ସହିତ ମିଶି ହାତୀ ଘ଼ଉଡେଇବାର ଯୋଜନା ଚାଷୀର କରୁଥିବା ବେଳେ ବନ ବିଭାଗ କହୁଛିି ଆମେ କଣ କରି ପାରିବୁ ? ଆମର କଣ ଘର ପରିବାର ନାହିଁକି ? ଯଦି ହାତୀ ଦ୍ୱାରା କୌଣସି ସାଧାରଣ ଲୋକର ମୃତ୍ୟୁ ହୋଇଯାଏ ,ଏଥିପାଇଁ କିଏ ଦାୟୀ ରହିବ, ଵନଵିଭାଗ ନା ପ୍ରଶାସନ ? ଏନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟି ଦେଖି ଦେଇଛି । ସମସ୍ୟାର ସମାଧାନ ନ ହେଲେ ଵନଵିଭାଗ ଅଫିସ ସାମ୍ନାରେ ଆତ୍ମହତ୍ୟା କରିଵୁ ଵୋଲି ଚେତାବନୀ ଦେଇଛନ୍ତି ଝାରକିଲିଣ୍ଡା ଗ୍ରାମଵାସୀ ।