(ରିିପୋର୍ଟସ ଟୁଡ଼େ / ଭବୁନେଶ୍ୱର ) : ୨୦୧୯ ଲଢେଇ ନେଇ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି ବିଭିନ୍ନ ରାଜନୈତିକ ଦଳ । ଅନ୍ୟପଟେ ଟିକଟେ ପାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ନିଜର ପ୍ରତିଦ୍ୱନ୍ଧିଙ୍କୁ ହରାଇବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବାରେ ଲାଗିଛନ୍ତି ନେତାମାନେ । ସେହପରି ଏକ ନିଦ୍ଧିଷ୍ଟ ନିର୍ବାଚନ ମଣ୍ଡଳୀକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସେହି ନିର୍ବାଚନ ମଣ୍ଡଳୀ ହେଉଛି ଜୟପୁର । ଜୟପୁରରୁ ଲଢ଼ି ତାରାଙ୍କୁ ହରାଇବେ ଲକ୍ଷ୍ୟ ରଖିଛନ୍ତି କୃଷ୍ଣଚନ୍ଦ୍ର ସଗରିୟା । କାରଣ ହେଉଛି ନିରଞ୍ଜନଙ୍କ ସହାୟତାରେ ସଗରିୟାଙ୍କୁ ଦଳରୁ କାଢ଼ିବାରେ ତାରା ସଫଳ ହୋଇଥିଲେ । ତେଣୁ କରି ୧୯ ଲଢେଇରେ ସଗରିୟା ତାରାଙ୍କ ଠାରୁ ପ୍ରତିଶୋଧ ନେବା ନେଇ ଏକ ପ୍ରକାର ପଣ କରିଛନ୍ତି ।
କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ କଂଗ୍ରେସରୁ ବହିଷ୍କୃତ ହେବାପରେ ତାରଙ୍କ ଚାପରେ କଂଗ୍ରେସ ପକ୍ଷରୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ବହୁଜନ ସମାଜବାଦୀ ପାର୍ଟି(ବି.ଏସ.ପି)ରେ ଯୋଗଦେଇଥିଲେ ସଗରିୟା । ବିଶେଷ ସୂତ୍ରରୁ,ବର୍ତ୍ତମାନ ବି.ଏସ.ପି ଓଡ଼ିଶାରେ ତାର କାୟା ବିସ୍ତାର କରିବାକୁ ଚାହୁଁଛି । ୪ ରୁ ୫% ଭୋଟ କରିପାରିଲେ ବି.ଏସ.ପି ତାର ଜାତୀୟ ଦଳ ମାନ୍ୟତା ରଖିବାରେ ସହାୟକ ହେବ । ତେଣୁ କରି ଗଣମାଧ୍ୟମ ଏବଂ ଲୋକଲୋଚନକୁ ବି.ଏସ.ପିକୁ ଆଣିବା ପାଇଁ କୃଷ୍ଣ ସଗରିୟା ରାଜଧାନୀ ତଥା ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହେବେ ବୋଲି ଜଣାପଡିଛି । ଦଳର ସୁପ୍ରିମୋ ମାୟାବତୀ ଏନେଇ ନିଷ୍ପତ୍ତି ନେଇଥିବା ଜଣାପଡିଛି । କୃଷ୍ଣ ଜୟଦେବ ନିର୍ବାଚନ ମଣ୍ଡଳୀରୁ ନିଜ ପ୍ରଚାର ଆରମ୍ଭ କରିବା ସହିତ ରାଜଧାନୀ ରେ ବିଭିନ୍ନ ସଭା ସମିତି କରିବେ । ରାଜଧାନୀରେ ଥିବା ଦଳିତ ଓ ପଛୁଆ ବର୍ଗଙ୍କୁ ନିଜ ସପକ୍ଷରେ ଭୋଟ ଦେବାପାଇଁ ରାଜି କରାଇବେ ।
ତାଙ୍କ ନିକଟତମ ମହଲରୁ ମିଳିଥିବା ସୂଚନା ଅନୁଯାୟୀ, ସେ କହିଛନ୍ତି ଯେ “ହାର ଜିତ ରାଜନୀତିରେ ବଡ଼କଥା ନୁହେଁ । କିଏ ହାରିବା କିଏ ଜିତିବ ବି.ଏସ.ପି ପ୍ରାସାଦ ଓଡ଼ିଶାରେ ତୋଳିବା ପାଇଁ କିଏ ତ ଜଣେ ଇଟା ପକାଇବ । ସେଇ ଇଟା ପକାଇବା କାମ କୃଷ୍ଣ ସଗରିୟା କରିବାକୁ ଆସିଛି ।” ବିଏସପିରୁ ସଗରିୟା ଭୁବନେଶ୍ୱରରୁ ଲୋକସଭା ପ୍ରାର୍ଥୀ ଓ ଜୟପୁରରୁ ବିଧାନସଭା ପ୍ରାର୍ଥୀ ଭାବେ ଲଢ଼ିବେ ବୋଲି ଆହ୍ୱାନ କରିଛନ୍ତି । ଏହାକୁ ତାରା କେତେଦୂର ଗ୍ରହଣ କରୁଛନ୍ତି ତାହାକୁ ରାଜନୈତିକ ବିଶେଷଜ୍ଞ ମାନେ ଅପେକ୍ଷା କରିଥିବା ଚର୍ଚ୍ଚା ହେଉଛି ।