ରାଜ୍ୟରେ ଅଣ୍ଡାର ଅଭାବ;ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

0

ଭୁବନେଶ୍ୱର; ରାଜ୍ୟରେ ଦେଖାଦେଇଛି ଅଣ୍ଡାର ଅଭାବ । ଏହି ଗତ କିଛିଦିନ ତଳେ ଅଣ୍ଡାର ଦାମ୍ ବୃଦ୍ଧି ପାଇବାରେ ଲାଗିଥିଲା । ଯେଉଁଥିପାଇଁ ଅଣ୍ଡା ଖାଇବା ପାଇଁ ଲୋକେ ଡରୁଥିଲେ । ଏବେ ଦର ସିନା କମିଛି କିନ୍ତୁ ଅଭାବ ରହିଛି ରାଜ୍ୟରେ ଅଣ୍ଡା। ରାଜ୍ୟରେ ଦୈନିକ ୩ କୋଟି ଅଣ୍ଡାର ଆବଶ୍ୟକତା ରହିଛି । ଏକ କୋଟି ୧୦ ହଜାର ଅଣ୍ଡା ଦୈନିକ ଉତ୍ପାଦନ ରାଜ୍ୟରେ ହେଉଛି । ବିଧାନସଭାରେ ପ୍ରଶ୍ନକାଳ ସମୟରେ କିଛି ଏଭଳି ଉତ୍ତର ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ରାଜ୍ୟରେ ଅଣ୍ଡାର ଅଭାବ ରହୁଛି କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ରାଜ୍ୟରେ ଦୈନିକ ୩ କୋଟି ଅଣ୍ଡାର ଆବଶ୍ୟକତା ରହିଛି । ଏକ କୋଟି ୧୦ ହଜାର ଅଣ୍ଡା ଦୈନିକ ଉତ୍ପାଦନ ରାଜ୍ୟରେ ହେଉଛି । ଆହୁରି ୧ କୋଟି ୯୦ ଲକ୍ଷ ଆବଶ୍ୟକ ରହୁଛି । ଆଗକୁ ବିଭିନ୍ନ ଯୋଜନା ମାଧ୍ୟମରେ ଅଣ୍ଡା ଉତ୍ପାଦନ କରିବା ପାଇଁ ସରକାର ଯୋଜନା କରୁଛନ୍ତି ।