ଭୂମିକମ୍ପ ଝଟକାରେ ଥରିଲା ନେପାଳ
ଭୂମିକମ୍ପ ଝଟକାରେ ଥରିଲା ନେପାଳ। ଆଜି ସକାଳେ ନେପାଳର ପୋଖରାରେ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି ।
(ନେପାଳ) : ଭୂମିକମ୍ପ ଝଟକାରେ ଥରିଲା ନେପାଳ। ଆଜି ସକାଳେ ନେପାଳର ପୋଖରାରେ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ରେକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ରେକର୍ଡ ହୋଇଛି। ନେପାଳ ସମୟ ଅନୁସାରେ ୫ଟା ୪୨ ମିନିଟରେ ଭୂମିକମ୍ପ ଝଟକା ଲାଗିଛି। ତେବେ ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।
Magnitude 5.3 intensity earthquake strikes 35 km East of Pokhara in Nepal: USGS
— ANI (@ANI) May 19, 2021
ସୂଚନାନୁଯାୟୀ , ଭୂମିକମ୍ପର କେନ୍ଦ୍ରସ୍ଥଳୀ ଲାମଜଙ୍ଗ ଜିଲ୍ଲାର ଭୁଲଭୁଲେ ଥିଲା। ଅପର ପକ୍ଷରେ ନେପାଳରେ ଅନୁଭୂତ ହୋଇଥିବା ଏହି ଭୂମିକମ୍ପ ଝଟକା ବିହାରରେ ମଧ୍ୟ ଲାଗିଛି ବୋଲି କୁହାଯାଉଛି। ବିହାର ସୀମାରେ ନେପାଳ ଥିବାରୁ ବିହାରରେ ମଧ୍ୟ ଝଟକା ଲାଗିଥିବା କୁହାଯାଉଛି। ତେବେ ଏହା ପୂର୍ବରୁ ଏପ୍ରିଲ ୨୮ରେ କାଠମାଣ୍ଡୁ ଉପତ୍ୟାକାରେ ୫.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା।